36.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଦିଲ୍ଲୀ, ଅହମ୍ମଦାବାଦ ଓ ମୁମ୍ବାଇ ଷ୍ଟେସନର ଆଧୁନିକୀକରଣ: ରେଳବାଇ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ଦିଲ୍ଲୀ, ଅହମ୍ମଦାବାଦ ଓ ମୁମ୍ବାଇ ଷ୍ଟେସନର ଆଧୁନିକୀକରଣ: ରେଳବାଇ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀ, ଅହମ୍ମଦାବାଦ ଓ ମୁମ୍ବାଇ (ଛତ୍ରପତି ଶିବାଜୀ ଟର୍ମିନସ୍‌) ଭଳି ଦେଶର ତିନିଟି ବୃହତ ରେଳଷ୍ଟେସନର ଆଧୁନିକୀକରଣ ପାଇଁ ରେଳବାଇ ପକ୍ଷରୁ ଆଗତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହା ଅନୁମୋଦିତ ହୋଇଛି । ଏଥିପାଇଁ ୧୦,୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଆଧୁନିକୀକରଣ ଯୋଜନା ଅନୁଯାୟୀ ଏହି ତିନିଟି ରେଳଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ ପ୍ଲାଟଫର୍ମ ଛାତ (ରୁଫ୍ ପ୍ଲାଜା)ର ଆକାର ୩୬/୭୨/୧୦୮ ମିଟରକୁ ବୃଦ୍ଧି କରାଯିବ । ସହରର ଉଭୟ ପାଶ୍ୱର୍ରୁ ରେଳଷ୍ଟେସନ ସହ ସଂଯୋଗ ରଖାଯିବ । ରେଳଧାରଣାର ଉଭୟ ପାଶ୍ୱର୍ରେ ରେଳବାଇ କାର୍ଯ୍ୟାଳୟ ସ୍ଥାପନ କରାଯିବ ।

ଷ୍ଟେସନ ପରିସରରେ ଫୁଡ୍ କୋର୍ଟ, ଅପେକ୍ଷା ଗୃହ, ପିଲାଙ୍କ ନିମନ୍ତେ ଖେଳିବା ସ୍ଥାନର ବ୍ୟବସ୍ଥା କରାଯିବ । ଷ୍ଟେସନର ଆଲୋକିକରଣକୁ ଅଧିକ ବ୍ୟାପ୍ତ କରାଯିବ । ଲିଫ୍ଟ ଓ ଏସ୍କାଲେଟର ବ୍ୟବସ୍ଥା ସହ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଷ୍ଟେସନ ନିକଟରେ ଟ୍ରାଫିକ୍ ଜାମ୍ ଏଡାଇବା ଏବଂ ପର୍ଯ୍ୟାପ୍ତ ପାର୍କିଂସ୍ଥଳ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ଷ୍ଟେସନ ନିକଟରେ ମେଟ୍ରୋରେଳ ଓ ବସ୍ ସେବା ଯେପରି ସୁବିଧାରେ ଉପଲବ୍ଧ ହୋଇପାରିବ, ତାହା ଉପରେ ଧ୍ୟାନ ଦିଆଯିବ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କୁହାଯାଇଛି । ବର୍ତ୍ତମାନ ଦେଶର ୧୯୯ଟି ରେଳଷ୍ଟେସନର ଆଧୁନିକୀକରଣ କରାଯାଉଛି । ଏଥିମଧ୍ୟରୁ ୪୭ଟି ଷ୍ଟେସନ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking