32.1 C
Bhubaneswar
Thursday, May 9, 2024
Homeଭାଲେଣ୍ଟାଇନ୍ ଡେ -2024ଆସୁଛି ପ୍ରେମ ସପ୍ତାହ...

ଆସୁଛି ପ୍ରେମ ସପ୍ତାହ…

ନୂଆଦିଲ୍ଲୀ : ବର୍ଷକର ଅପେକ୍ଷା ପରେ ଆସିଛି ପ୍ରେମୀ ଯୁଗଳଙ୍କ ପାଇଁ ବିଶେଷ ଦିନ ଭାଲେଣ୍ଟାଇନ୍ସ ଡେ’। ଏ ନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି। ଫେବୃୟାରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ ହେଉଥିବାବେଳେ ୭ତାରିଖ ସୋମବାରଠାରୁ ଆରମ୍ଭ ହେଉଛି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମ ସପ୍ତାହ। ପ୍ରେମିକା ପ୍ରେମିକମାନେ ବେଶ୍‌ ଉତ୍ସାହିତ ହୋଇ ଏହି ସପ୍ତାହକୁ ପାଳନ କରିବା ପାଇଁ ଲାଗିପଡ଼ିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ବିଭିନ୍ନ ଫୁଲ ଦୋକାନ, କାର୍ଡ ଓ ଗିଫ୍ଟ ଦୋକାନଗୁଡିକରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପ୍ରେମ ସପ୍ତାହର ପ୍ରଥମ ଦିନ ଅର୍ଥାତ୍‌ ୭ ତାରିଖକୁ ରୋଜ ଡେ, ୮କୁ ପ୍ରପୋଜ୍‌ ଡେ, ୯କୁ ଚକୋଲେଟ୍‌ ଡେ, ୧୦କୁ ଟେଡି ଡେ, ୧୧କୁ ପ୍ରମିଜ୍‌ ଡେ, ୧୨କୁ ହଗ୍‌ ଡେ, ୧୩କୁ କିସ୍‌ ଡେ ଓ ଫେବୃୟାରୀ ୧୪କୁ ଭାଲେଣ୍ଟାଇନ୍ସ ଡେ ଭାବେ ପାଳନ କରାଯାଏ। ମନର ମଣିଷ ପାଇଁ ଏହି ଦିନକୁ କିଏ କେତେ ସ୍ପେଶାଲ ଭାବେ ପାଳନ କରିବ ସେଥିପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। କେବଳ ପ୍ରେମିକା ପ୍ରେମିକ ନୁହେଁ ବରଂ ବିବାହିତ ଯୋଡ଼ିଙ୍କ ପାଇଁ ମଧ୍ୟ ଏହା ଗୁରୁତ୍ୱ ବହନ କରିଥାଏ। ସେଥିପାଇଁ କିଏ ଏହି ଦିନଟିକୁ ବାହାରେ ବୁଲାବୁଲି କରି ବିତାଇବାକୁ ଯୋଜନା କରିଛନ୍ତି ତ, ଆଉ କେହି ଫିଲ୍ମ ଦେଖିବା, ରୋମାଣ୍ଟିକ୍‌ ଡିନର, ଲଙ୍ଗ୍‌ ଡ୍ରାଇଭ୍‌, ପାର୍କ, ମଲକୁ ଯାଇ କାଟିବାକୁ ପ୍ଲାନିଂ କରିଛନ୍ତି। ପ୍ରେମୀଯୁଗଳଙ୍କ ପାଇଁ ସବୁଦିନ ପ୍ରେମମୟ। ମାତ୍ର ବର୍ଷକୁ ଥରେ ଆସୁଥିବା ଏହି ଭାଲେଣ୍ଟାଇନ୍ସ ଡେ’ର ଏକ ସ୍ବତନ୍ତ୍ରତା ରହିଛି, ଯାହାର ଭରପୂର ମଜା ନେବା ପାଇଁ ପ୍ରେମୀମାନେ ଚାହିଁ ବସିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking