24.1 C
Bhubaneswar
Thursday, May 9, 2024
Homeଭାଲେଣ୍ଟାଇନ୍ ଡେ -2024କାହିଁକି ଏବଂ କେବେଠୁ ପାଳନ କରାଯାଇଆସୁଛି ଭାଲେଣ୍ଟାଇନ ଡେ ଆସନ୍ତୁ ଜାଣିବା...

କାହିଁକି ଏବଂ କେବେଠୁ ପାଳନ କରାଯାଇଆସୁଛି ଭାଲେଣ୍ଟାଇନ ଡେ ଆସନ୍ତୁ ଜାଣିବା…

ଭୁବନେଶ୍ୱର : ରୋମ୍‌ର ଜଣେ ପାଦ୍ରୀ ଥିଲେ ସେଣ୍ଟ୍‌ ଭାଲେଣ୍ଟାଇନ୍‌। ବିଶ୍ୱକୁ ପ୍ରେମମୟ କରିବା ଲାଗି ସେ ସର୍ବଦା ଚାହୁଁଥିଲେ। ତାଙ୍କ ପାଇଁ ପ୍ରେମ ଜୀବନ ଥିଲା। କିନ୍ତୁ ଏହି ସହରରେ ଥିବା ଜଣେ ରାଜା ସେଣ୍ଟଙ୍କ ଏପରି କଥାକୁ ବିରୋଧ କରୁଥିଲେ। ରାଜାଙ୍କୁ ଲାଗୁଥିଲା ପ୍ରେମ କିମ୍ବା ବିବାହ କଲେ ପୁରୁଷର ଶକ୍ତି ଏବଂ ବୁଦ୍ଧି ନଷ୍ଟ ହୋଇଥାଏ। ଏହି କାରଣରୁ ରାଜ୍ୟର କୌଣସି ସୈନିକ ଏବଂ ଅଧିକାରୀ ବିବାହ କରି ପାରୁ ନ ଥିଲେ। ସେଣ୍ଟ ଭାଲେଣ୍ଟାଇନ୍‌ ରାଜାଙ୍କ ଏହି ଆଦେଶକୁ ବିରୋଧ କରୁଥିଲେ। ସେ ରୋମ୍‌ବାସୀଙ୍କୁ ପ୍ରେମ ଏବଂ ବିବାହ କରିବାକୁ ଉତ୍ସାହିତ କରିଥିଲେ। ଖାଲି ଏତିକି ନୁହେଁ, କିଛି ସୈନିକ ଏବଂ ଅଧିକାରୀଙ୍କ ବିବାହ ମଧ୍ୟ କରାଇଲେ। ଏହି କଥାରେ ରାଜା ଭୀଷଣ ରାଗିଗଲେ। ଫଳରେ ସେଣ୍ଟ୍‌ ଭାଲେଣ୍ଟାଇନ୍‌ଙ୍କୁ ଖ୍ରୀଷ୍ଟପୂର୍ବ ୨୬୯ ଫେବୃୟାରୀ ୧୪ରେ ଫାଶୀ ଦେଇଦେଲେ। ଏହିଦିନଠାରୁ ସହରରେ ପ୍ରତିବର୍ଷ ଫେବୃୟାରୀ ୧୪ରେ ‘ପ୍ରେମ ଦିବସ’ ଭାବେ ପାଳନ କରାଯାଇଆସୁଛି। ବର୍ତ୍ତମାନ ସାରା ବିଶ୍ୱରେ ଏହିଦିନଟିକୁ ମଧ୍ୟ ପ୍ରେମୀଯୁଗଳ ପାଳନ କଲେଣି। କୁହାଯାଏ, ଭାଲେଣ୍ଟାଇନ୍‌ ଫାଶୀ ପାଇବା ସମୟରେ ଜେକୋବସ୍‌ ନାମକ ଜଣେ ଚକ୍ଷୁହୀନ ଯୁବତୀଙ୍କୁ ଚକ୍ଷୁଦାନ କରିଥିଲେ। ଜେକୋବସ୍‌ଙ୍କୁ ସେଣ୍ଟ୍‌ ଭାଲେଣ୍ଟାଇନ୍‌ ଏକ ପତ୍ର ଲେଖିଥିଲେ। ଯେଉଁଥିରେ ଲେଖାଥିଲା ତୁମର ଭାଲେଣ୍ଟାଇନ୍‌।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking