30.1 C
Bhubaneswar
Friday, April 26, 2024
Homeଅପରାଧମହିଳା ଓ ଯୁବକଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ଗ୍ରାମବାସୀ କଲେ ଏମିତି..

ମହିଳା ଓ ଯୁବକଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ଗ୍ରାମବାସୀ କଲେ ଏମିତି..

କଟିହାର:  କଟିହାର ଜିଲ୍ଲାର ପ୍ରଣପୁର ଥାନା ଅଂଚଳର ଏକ ଗାଁରେ ଲୋକମାନେ ଜଣେ ମହିଳାଙ୍କୁ ନା କେବଳ ଦଉଡି ରେ ବାନ୍ଧି ରଖିଥିଲେ ବରଂ ତାଙ୍କୁ ଦଣ୍ଡିତ କରି ନ୍ୟାୟ ରାୟ ମଧ୍ୟ ଘୋଷଣା କରିଥିଲେ । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଗୁରୁବାର ଦିନ କଟିହାର ଏସଡିପିଓ କହିଛନ୍ତି ଯେ  ୨୫ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ।
ଏହି ଘଟଣା ସଂର୍ପକରେ କୁହାଯାଇଛି ଯେ ମହିଳା ଜଣକ ରାତି ପ୍ରାୟ ସାଢେ ୧ ଟାରେ ଜଣେ ବିବାହିତ ଯୁବକଙ୍କ ସହ ଆପତିଜନକ ଅବସ୍ଥାରେ ଥିଲାବେଳେ ଗ୍ରମବାସୀମାନେ ସେ ଦୁଇଜଣ ପ୍ରେମୀ ଯୁଗଳଙ୍କୁ  ଧରିପକାଇଥିଲେ । ଏହି ଯୁବକ ମଧ୍ୟ ସମାନ ପୋଲିସ ଷ୍ଟେସନ ଅଂଚଳର ବାସିନ୍ଦା । ଉଭୟଙ୍କୁ ଧରିବା ପରେ ଗ୍ରାମବାସୀ ପୋଲିସକୁ ମଧ୍ୟ ଜଣାଇନଥିଲେ ।  ଗ୍ରାମବାସୀମାନେ ରାଗିଯାଇ ସଂପୃକ୍ତ ମହିଳାକୁ ଦଉଡିରେ ବାନ୍ଧି ଗାଁକୁ ଟାଣି ନେଇଗଲେ । ଏହି ସମୟରେ ମହିଳାଙ୍କ ପିଲାଟି ତା ମାକୁ ଧରି  କାନ୍ଦିବାକୁ ଲାଗିଲା  କିନ୍ତୁ ଗ୍ରାମବାସୀ କୌଣସି ଦୟା ଅନୁଭବ କରିନଥିଲେ ଏବଂ ସମସ୍ତେ ତାଙ୍କୁ ଦଉଡିରେ ବାନ୍ଧିବା ପାଇଁ ମହିଳାଙ୍କୁ ଟାଣି ନେଇଥିଲେ ।
କେବଳ ଏତିକି ନୁହେଁ, ଗ୍ରାମବାସୀମାନେ ତୁଗଲାକି ଆଦେଶ ଘେଷଣା କରିବା ବେଳେ ୨୫ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ ଏବଂ ପରେ ସେହି ମହିଳାଙ୍କୁ ମୁକ୍ତ କରିଥିଲେ । ଏହି ଘଟଣାକୁ ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ପ୍ରଣପୁର ପୋଲିସ ଷ୍ଟେସନ ଏ ବିଷୟରେ ମଧ୍ୟ ଜାଣିନଥିଲେ । ଏହି ସମୟ ମଧ୍ୟରେ ଶହ ଶହ ଲୋକ ଦର୍ଶକ ସାଜିଥିଲେ ।  କିନ୍ତୁ କେହି ପୋଲିସକୁ ଜଣାଇ ନଥିଲେ କିମ୍ବା ଲୋକଙ୍କୁ ଏପରି କାମ କରିବାକୁ ଅଟକାଇ ନଥିଲେ ।
ପୋଲିସର କହିବା ମୁତାବିକ ଗ୍ରାମବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନ କରାଯାଇଛି । ଏହି ଘଟଣା ସର୍ମ୍ପକରେ କଟିହାର ଏସଡିପିଓ ଅମରକାନ୍ତ ଝା ଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ ଏହି ମାମଲାରେ ଏକ ଆବେଦନ ଗ୍ରହଣ କରାଯାଇଛି । ମୋଟ ୨୫ ଜଣଙ୍କ ବିରୋଧେରେ ଏକ ମାମଲା ରୁଜୁ ହୋଇଛି । ଯେଉଁମାନେ ଏଥିରେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking