40.1 C
Bhubaneswar
Tuesday, April 30, 2024
Homeଓଡିଶାବଢ଼ିବାରେ ଲାଗିଛି ଟିକେଟ ଆଶାୟୀଙ୍କ ଟେନସନ

ବଢ଼ିବାରେ ଲାଗିଛି ଟିକେଟ ଆଶାୟୀଙ୍କ ଟେନସନ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି । ହେଲେ ଏଯାଏଁ କିଛି ଆସନ ଏମିତି ରହିଛି, ଯେଉଁ ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଆଉ ପ୍ରାର୍ଥୀ ଘୋଷଣା ହୋଇନଥିବାରୁ ଟିକେଟ ଆଶାୟୀ ନେତାଙ୍କ ଟେନସନ ବଢ଼ିବାରେ ଲାଗିଛି । ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଂଗପୁର ସଂସଦୀୟ କ୍ଷେତ୍ର ପାଇଁ ପ୍ରଥମ ପର୍ୟ୍ୟାୟରେ ହେବ ମତଦାନ । ଆସନ୍ତା ୧୮ତାରିଖରୁ ଏହି ସବୁ ଆସନ ପାଇଁ ଆରମ୍ଭ ହେବ ନାମାଙ୍କନ । ହେଲେ ଏପର୍ୟ୍ୟନ୍ତ ତିନି ପ୍ରମୁଖ ଦଳ ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ବିଜେପି ପ୍ରଥମ ପର୍ୟ୍ୟାୟରେ ୧୧୨ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ହେଲେ ପ୍ରଥମ ପର୍ୟ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ମୋହନା, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, ଝରିଗାଁ, ଡାବୁଗାଁ, କୋଟପାଡ ଓ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ଦଳ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ । କଂଗ୍ରେସ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଖରିଆର, ବ୍ରହ୍ମପୁର କ୍ଷେତ୍ରର ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର ଓ ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି । ସେହିପରି ବିଜେଡି ଚତୁର୍ଥ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ବି କୋରାପୁଟର ଜୟପୁର, ନବରଂଗପୁରର ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ଚର୍ଚ୍ଚା ହେଉଛି ଗୋଟିଏ ଗୋଟିଏ ଆସନରେ ଏକାଧିକ ଟିକେଟ ଆଶାୟୀ ଥିବାରୁ ବିଜେପି ଓ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା ବିଳମ୍ବ ହେଉଛି । ଅସନ୍ତୁଷ୍ଟ ମାନେ ଯେମିତି ଦଳ ପାଇଁ ଅଡୁଆ ନହେବେ ସେଥିପାଇଁ ସେମାନଙ୍କୁ ଡାକି ବୁଝାସୁଝା କରୁଛନ୍ତି ଶୀର୍ଷ ନେତୃତ୍ୱ । ତେବେ ଖୁବଶୀଘ୍ର ଟିକେଟ ଆସିବ ବୋଲି ରାଜ୍ୟ ବିଜେପି ପ୍ରଭାରୀ ସୂଚନା ଦେଇଛନ୍ତି । ସେହିପରି ୧୫ ତାରିଖରେ କଂଗ୍ରେସର ଦ୍ୱିତୀୟ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଆସିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ପ୍ରାର୍ଥୀ ଘୋଷଣା ବିଳମ୍ବ ହେଉଥିବାରୁ, ତାର ପ୍ରଭାବ ପ୍ରଚାର ମଇଦାନରୁ ବାରି ହୋଇପଡୁଛି । ଯେମିତି ନିର୍ବାଚନ ମାହୋଲ ଜମିବା କଥା ସେଭଳି ଦେଖିବାକୁ ମିଳୁନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking