31.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶସୂର୍ଯ୍ୟତିଲକରେ ଅଭିଷିକ୍ତ ହେବେ ରାମଲାଲା; ୧୭ରେ ରାମନବମୀ, ଯାଞ୍ଚ୍ ପ୍ର୍ରକିୟା ସଫଳତାର ସହ ସମ୍ପନ୍ନ

ସୂର୍ଯ୍ୟତିଲକରେ ଅଭିଷିକ୍ତ ହେବେ ରାମଲାଲା; ୧୭ରେ ରାମନବମୀ, ଯାଞ୍ଚ୍ ପ୍ର୍ରକିୟା ସଫଳତାର ସହ ସମ୍ପନ୍ନ

ଅଯୋଧ୍ୟା: ଆସନ୍ତା ୧୭ ତାରିଖରେ ଦେଶବ୍ୟାପୀ ଅତ୍ୟନ୍ତ ହର୍ଷୋଲ୍ଲାସର ସହ ରାମନବମୀ ପାଳନ କରାଯିବ । ତେବେ ନବନିର୍ମିତ ରାମମନ୍ଦିର ପ୍ରତିଷ୍ଠା ହେବା ତଥା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ଏଠାରେ ପ୍ରଥମ ରାମନବମୀ ପାଳନ ହେବାକୁ ଥିବାରୁ ଅଯୋଧ୍ୟା ପାଇଁ ଚଳିତ ବର୍ଷ ରାମନବମୀ ସ୍ୱତନ୍ତ୍ର ହେବାକୁ ଯାଉଛି । ତେବେ ଏସବୁ ମଧ୍ୟରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି । ମନ୍ଦିର ନିର୍ମାଣ ସମୟରୁ କରାଯାଇଆସୁଥିବା ଏକ ବଡ଼ ଦାବି ଉପରେ ବିଶେଷଜ୍ଞ ଦଳ ପରୀକ୍ଷା ନୀରିକ୍ଷା ଆରମ୍ଭ କରିଥିବା ବେଳେ ଏହା ସଫଳତାପୂର୍ବକ ଶେଷ ହୋଇଛି । ପ୍ରକାଶ ମନ୍ଦିର ନିର୍ମାଣ ସମୟରୁ ନିର୍ମାଣକାରୀ ବିଶେଷଜ୍ଞଦଳ ଦାବି କରିଆସୁଥିଲେ ଯେ, ମନ୍ଦିରର ଗର୍ଭଗୃହ ଏପରି ସ୍ଥାନରେ ନିର୍ମାଣ କରାଯାଇଛି ଯାହାଦ୍ୱାରା ରାମନବମୀ ଦିନ ସୂର୍ଯ୍ୟଉଦୟ ହେବାମାତ୍ରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ଗର୍ଭଗୃହରେ ସ୍ଥାପନା କରାଯାଇଥିବା ରାମଲାଲାଙ୍କ କପାଳରେ ପଡ଼ିବ । ତେବେ ଏପ୍ରକାର ଦାବିର ସତ୍ୟାସତ୍ୟ ନେଇ କେତେକାଂଶରେ ସଂଶୟ ସୃଷ୍ଟି ହୋଇଥିଲା, ଯାହାଦ୍ୱାରା ଏହାର ବାସ୍ତବିକ ଯାଞ୍ଚ୍ କରିବା ପାଇଁ ବିଶେଷଜ୍ଞ ଟିମ୍‌କୁ ନିୟୋଜିତ କରାଯାଇଥିଲା ।
ଯାଞ୍ଚ୍ ସମୟରେ ସୂର୍ଯ୍ୟୋଦୟ ହେବାମାତ୍ରେ ସର୍ବପ୍ରଥମେ ସୂର୍ଯ୍ୟକିରଣ ରାମଲାଲା ମୂର୍ତ୍ତିଙ୍କ କପାଳ ଭାଗରେ ପଡୁଥିବା ଏବଂ ଏହା ପ୍ରାୟ ୪ ମିନିଟ୍ ଧରି ରହୁଥିବା ଦେଖିବାକୁ ମିଳିଛି । ଏତଦ୍‌ବ୍ୟତୀତ ରାମଲାଲାଙ୍କ ମସ୍ତକ ଭାଗରେ ପଡ଼ିବାକୁ ଥିବା ଏହି ସୂର୍ଯ୍ୟକିରଣର ଆକାର ପ୍ରାୟ ୭୫ ମିଲିମିଟର ଏବଂ ବୃତ୍ତାକାର ରହିବା ନେଇ ପ୍ରମାଣ ମିଳିଛି । ସୂଚନାଯୋଗ୍ୟ ଏପ୍ରକାର ବ୍ୟବସ୍ଥା କରିବା ପାଇଁ ମନ୍ଦିର ନିର୍ମାଣ ସମୟରେ ହିଁ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌, ରୁର୍‌କି ପକ୍ଷରୁ ଆବଶ୍ୟକତା ଅନୁସାରେ ବ୍ୟବସ୍ଥା (ଆଇନା ଏବଂ ଲେନ୍ସ ଆଦି ଖଞ୍ଜାଯିବା ପ୍ରକ୍ରିୟା) ଗ୍ରହଣ କରାଯାଇଛି । ଏହାକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂର୍ଯ୍ୟ ତିଲକ ଭାବେ ଅଭିହିତ କରାଯାଇଛି । ଟ୍ରଷ୍ଟ ପକ୍ଷରୁ ରାମନବମୀ ପରିପ୍ରେକ୍ଷୀରେ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି ଯେ, ବିଳମ୍ବିତ ରାତିରୁ ହିଁ ପ୍ରଭୁ ରାମଲାଲାଙ୍କ ସୂର୍ଯ୍ୟତିଲକ ପାଇଁ ନୀତିକାନ୍ତି ଆରମ୍ଭ କରାଯିବ । ଯାହାଦ୍ୱାରା ପ୍ରାତଃ ସୂର୍ଯ୍ୟୋଦୟ ବେଳକୁ ସବୁକିଛି ରୀତିନୀତି ଶେଷ ହୋଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking