38.1 C
Bhubaneswar
Friday, April 26, 2024
Homeଅପରାଧପ୍ରେମିକକୁ ଦେଖା କରିବାକୁ ଯାଇଥିବା ନାବାଳିକା ସହ ହେଲା କିଛି ଏପରି ଛାତିଥରା ଘଟଣା

ପ୍ରେମିକକୁ ଦେଖା କରିବାକୁ ଯାଇଥିବା ନାବାଳିକା ସହ ହେଲା କିଛି ଏପରି ଛାତିଥରା ଘଟଣା

ରାଜକୋଟ୍: ଗୁଜରାଟର ରେୟାଧାରରେ ରହୁଥିବା ଜଣେ ନାବାଳିକାକୁ କିଛି ଲୋକ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ପୀଡିତାଙ୍କ କହିବା ଅନୁସାରେ, ସେ ତାଙ୍କ ପ୍ରେମିକକୁ ଦେଖା କରିବାକୁ ବାହାରିଥିଲେ, ସେତେବେଳେ ତାଙ୍କୁ ବଳାତ୍କାର କରାଯାଇଥିଲା।’ ଯେତେବେଳେ ସେ ରାସ୍ତାରେ ଥିଲେ ତାଙ୍କୁ ଦୁଇ ଜଣ ଲୋକ ତାଙ୍କୁ ତାଙ୍କ ପ୍ରେମିକର ବନ୍ଧୁ ବୋଲି କହି କାରରେ ବସାଇ ନେଇଯାଇଥିଲେ। କାର ଭିତରେ ସେମାନେ ବଳାତ୍କାର କରିବା ପରେ ବସଷ୍ଟାଣ୍ଡରେ ଛାଡି ଦେଇଥିଲେ।
ଏହାପରେ ନାବାଳିକା ଜଣକୁ  ଜଣେ ରିକ୍ସା ଚାଳକ ଦେଖା ହୋଇଥିଲା। ସେ ମଧ୍ୟ ପୀଡିତାଙ୍କୁ ତାଙ୍କର ପ୍ରେମିକ ପାଖରେ ପହଁଞ୍ଚାଇ ଦେବ ବୋଲି କହି ଅଟୋରେ ବସାଇ ଅଜିଡେମ ନେଇଯାଇଥିଲା। ଏହାପରେ ସେ ମଧ୍ୟ ତାକୁ ବଳାତ୍କାର କରି ଛାଡିକି ପଳାଇ ଆସିଥିଲା।  ଝିଅଟି ଖୁବ୍ କଷ୍ଟରେ ଘରେ ପହଁଞ୍ଚି ପରିବାର ଲୋକଙ୍କୁ ଏସବୁ କହିଥିଲା। ପରିବାର ଲୋକ ଥାନାରେ ଅଭିଯୋଗ କରିବା ସହ  ରିକ୍ସା ଚାଳକକୁ ଗିରଫ କରିଛନ୍ତି, କିନ୍ତୁ କାର ଚାଳକକୁ ଗିରଫ କରାଯାଇ ପାରିନାହିଁ।
ମିଳିଥିବା ଖବର ଅନୁସାରେ, ପୀଡିତାଙ୍କ ବୟସ ୧୬ ବର୍ଷ। ସେ ସନ୍ଥକବୀର ରୋଡରେ ରହୁଥିବା ସଞ୍ଜୁ ନାମକ ଜଣେ ଯୁବକକୁ ଭଲପାଆନ୍ତି। ଦୁଇଦିନ ପୂର୍ବରୁ ସଞ୍ଜୁ ତାଙ୍କୁ ସନ୍ଥକବୀର ରୋଡ ଦେଖା କରିବାକୁ ଡକାଇଥିଲେ। ସେଠାରେ ନାବାଳିକା ଜଣକ ପହଁଞ୍ଚି ସଞ୍ଜୁକୁ ଖୋଜୁଥିବା ବେଳେ ଜୟେଶ ଏବଂ ଗୋପାଳ ନାମକ ଦୁଇ ଯୁବକଙ୍କର ତାଙ୍କ ଉପରେ ନଜର ପଡିଥିଲା। ଦୁହେଁ ବୁଲେଟ ନେଇ ତାଙ୍କ ପାଖକୁ ଆସିଥିଲେ। ଏହାପରେ ନିଜକୁ ସଞ୍ଜୁର ସାଙ୍ଗ କରି ନାବାଳିକାଙ୍କୁ କାର ନେଇଯାଇଥିଲେ। ଦୁହେଁ ବାରମ୍ବାର ବଳାତ୍କାର କରି ବସଷ୍ଟାଣ୍ଡରେ ଛାଡି ଦେଇଥିଲେ।
ଭୟଭୀତ ହୋଇ ନାବାଳିକା ଜଣକ ରାତିସାରା ବସଷ୍ଟାଣ୍ଡରେ ବସିରହିଥିଲେ। ନାବାଳିକା ଉପରେ ରିକ୍ସା ଚାଳକର ନଜର ପଡିଥିଲା। ସେ ସକାଳେ ସାହାର‌୍ୟ୍ୟ କରିବ ବୋଲି କହି ଅଡିଜେମ ନେଇଯାଇଥିଲା।  ସେଠାରେ ପହଁଞ୍ଚି ରିକ୍ସା ଚାଳକ ଜଣକୁ ନାବାଳିକାଙ୍କୁ ବଳାତ୍କାର କରିଥିଲା। ପୋଲିସ ରିକ୍ସା ଚାଳକକୁ ଗିରଫ କରିଥିବା ବେଳେ ତା’ର ପରିଚୟ ମିଳିଛି। ଅଭିଯୁକ୍ତ ରିକ୍ସା ଚାଳକ ୨୫ ବର୍ଷର ହୋଇଥିବା ବେଳେ ତା’ର ନାମ ମୋହନ ସାପରା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking