32.1 C
Bhubaneswar
Saturday, May 4, 2024
Homeଓଡିଶାଫେରାର ଅଭିଯୁକ୍ତକୁ ଗିରଫ କଲା ଏସ୍‌ଟିଏଫ୍

ଫେରାର ଅଭିଯୁକ୍ତକୁ ଗିରଫ କଲା ଏସ୍‌ଟିଏଫ୍

ଭୁବନେଶ୍ୱର: ନୟାଗଡ ଜିଲ୍ଲା ଉଦୟପଥ ଲେନର ଏକ ଭଡା ଘରୁ ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ କ୍ରାଇମବ୍ରା ର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଗିରଫ କରିଛି । ସେ ହେଲା ଖୋର୍ଦ୍ଧା ଜିଲା ଟାଉନ ଥାନା ମୁକୁନ୍ଦପ୍ରସାଦ ଗ୍ରାମର ସୁରଜ ଦଳବେହେରା ଓରଫ ସୋନୁ । ସୋମବାର ତାକୁ ନୟାଗଡ ଜିଲ୍ଲା ଓ ଦୌରାଜଜ କୋର୍ଟକୁ ଚାଲାଣ କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ସୁରଜକୁ ବିଚାର ବିଭାଗୀୟ ହାତଜକୁ ପଠାଇ ଦିଆଯାଇଛି । ଏଯାବତ୍ ମୁଖ୍ୟ ଅଭିଯୁକ୍ତ ଶିବୁକୁ ମିଶାଇ ୪ ଜଣଙ୍କୁ ଗିରଫ କରାଯାଇଛି । ତେବେ ଅଭିଯୁକ୍ତ ସୁରଜ ନାମରେ ନିର୍ଯାତନା, ଚୋରି ଆଦି ଦଫାରେ ଖୋର୍ଦ୍ଧା ଟାଉନ ଥାନାରେ ୭ଟି ମାମଲା ରହିଥିବା ଏସ୍‌ଟିଏଫ୍ ସୂଚନା ଦେଇଛି ।  ସୂଚନା ଅନୁଯାୟୀ, ଶିବୁ ମାଛ ବ୍ୟବସାୟ ଆଳରେ ଉଦୟପଥ ଲେନ୍‌ରେ ଘରଭଡ଼ା ନେଇ ପରିବାର ସହ ରହୁଥିଲେ । ସେଠାରେ ସେ ସହଯୋଗୀଙ୍କ ସହ ବ୍ରାଉନସୁଗାର ବ୍ୟବସାୟ କରୁଥିଲେ । ଏନେଇ ଏସ୍‌ଟିଏଫ୍ ସୂଚନା ପାଇବା ପରେ ଜାନୁୟାରୀ ୨୫ ତାରିଖ ରାତିରେ ଚଢ଼ାଉ କରି ଶିବୁର ସହଯୋଗୀ ଭିକି ରାଓକୁ ଗିରଫ କରିଥିଲା । ହେଲେ ଚଢ଼ାଉ ପୂର୍ବରୁ ଶିବୁ ସମେତ ସହଯୋଗୀମାନେ ଖସି ପଳାଇଥିଲେ । ଏସ୍‌ଟିଏଫ୍ ଉକ୍ତ ଘରୁ ୩ କେଜି ୧୦୦ ଗ୍ରାମର ବ୍ରାଉନସୁଗାର, ନଗଦ ୬୫ ଲକ୍ଷ ୩୨ ହଜାର ଟଙ୍କା, ୩ଟି ପିସ୍ତଲ, ୪୩ ରାଉଣ୍ଡ ଗୁଳି, ୭ ମାଗାଜିନ୍‌, ଗୋଟିଏ ଟଙ୍କା ଗଣିବା ମେଶିନ, ୪ଟି ମୋବାଇଲ ଫୋନ୍‌, ଏଟିଏମ୍ କାର୍ଡ ଓ ଗୋଟିଏ ଟାବ୍‌ଲେଟ ଜବତ କରିଥିଲା । ଏ ନେଇ ଏସ୍‌ଟିଏଫ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking