29.1 C
Bhubaneswar
Sunday, May 5, 2024
Homeଓଡିଶାସ୍ୱାସ୍ଥ୍ୟ ସେବା ଯୋଗାଇବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ, ଚନ୍ଦ୍ରପୁର ବ୍ରାହାଗଡାରେ ନଗଡ଼ା ର କରାଳ...

ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ, ଚନ୍ଦ୍ରପୁର ବ୍ରାହାଗଡାରେ ନଗଡ଼ା ର କରାଳ ରୂପ

ରାୟଗଡା : ରାଜ୍ୟ ସରକାରଙ୍କ ସାଙ୍ଘାତିକ ଅବହେଳା ଯୋଗୁଁ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ରେ ଦ୍ୱିତୀୟ ନଗଡ଼ା ର ଭୟଙ୍କର କରାଳ ରୂପ ଦେଖିବାକୁ ମିଳିଛି । ଚନ୍ଦ୍ରପୁର ବ୍ଲକ ବୁଡୁବାଲି ପଞ୍ଚାୟତର ବ୍ରାହାଗଡ଼ ଗ୍ରାମରେ ନଗଡ଼ା ଭଳି ଅପପୃଷ୍ଟି ତାର କାୟା ବିସ୍ତାର କରିଛି । ମୋ ସରକାର ଓ ଫାଇବ ଟି କହି ବହସ୍ପଟ ମାରୁଥିବା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ଆଇସିଡିଏସ ନିଦା ବିଷ୍ଣୁ ପାଲଟିଛନ୍ତି । ଉପାନ୍ତ ଅବହେଳିତ ଦୁର୍ଗମ ଚନ୍ଦ୍ରପୁର ବ୍ଲକରେ ସରକାରୀ ଯୋଜନା ଅପହଞ୍ଚ । କେନ୍ଦ୍ର ସରକାର ଆଇଟିଡିଏ ମାଧ୍ୟମରେ କୋଟି କୋଟି ଟଙ୍କାର ଅନୁଦାନ ଆଦିବାସୀ ଅଞ୍ଚଳର ବିକାଶ ପାଇଁ ଦେଉଥିବା ବେଳେ ସରକାରଙ୍କ ଅପାରଗତା ଯୋଗୁଁ ଏହାର ସଠିକ ବିନିଯୋଗ ହୋଇ ପାରୁନାହିଁ । ଉକ୍ତ ଅଞ୍ଚଳରେ କେବେବି ସରକାରୀ ବାବୁ ମାନଙ୍କ ପାଦ ପଡିନାହିଁ । ଏକଥା ଆମେ କହୁନାହୁଁ , ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି କୋରାପୁଟ ପୂର୍ବତନ ସାଂସଦ ହେମା ଗମାଙ୍ଗ । ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବିଷ ଓଗାଳିଛନ୍ତି ହେମା ।
ଏହି ଗ୍ରାମରେ ୨୫ ଟି ଆଦିବାସୀ ପରିବାର ବସବାସ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା, ଜନନୀ ସୁରକ୍ଷା ଯୋଜନା, ଶିଶୁ ବିକାଶ ଯୋଜନା ଏଠାରେ ସଠିକ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗ କରିଛନ୍ତି । ବ୍ରାହାଗଡ଼ ଗ୍ରାମର ୨ ରେତଙ୍ଗ ଗୁଲୁଡୁକା ଙ୍କ ସାତ ମାସର ଶିଶୁପୁତ୍ର ଜନ୍ମରୁ ମା ଛେଉଣ୍ଡ ହୋଇଥିଲେ । ଅପପୃଷ୍ଟି ର ଶିକାର ହୋଇ କଟକ ବଡ଼ ଡ଼ାକ୍ତରଖାନାକୁ ଯାଇଥିବା ବେଳେ ସେଠାରେ ଅର୍ଥ ଅଭାବରୁ ଚିକିତ୍ସା ନ କରି ଘରକୁ ଫେରି ଆସିଥିଲେ । ବର୍ତ୍ତମାନ ଶିଶୁଟି ଗୁଣୁପୁର ରେ ଚିକିତ୍ସିତ ହେଉଥିବା ବେଳେ ଖୁବଶୀଘ୍ର କଟକ ବଡ ଡାକ୍ତରଖାନା ରେ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ଗୁଣୁପୁର ଉପଜିଲ୍ଲାପାଳ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking