30.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା ପ୍ରତିରୋଧ ପାଇଁ ପ୍ରସ୍ତୁତି, ରାୟଗଡା ଜିଲ୍ଲାରେ ୧୪୪ ଧାରା ଜାରି

କରୋନା ପ୍ରତିରୋଧ ପାଇଁ ପ୍ରସ୍ତୁତି, ରାୟଗଡା ଜିଲ୍ଲାରେ ୧୪୪ ଧାରା ଜାରି

ଗୁଣୁପୁର : ରାଜ୍ୟରେ କରୋନା କୁ ମହାମାରୀ ଘୋଷଣା କରାଯାଇଛି । ଏଥିପାଇଁ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ରାୟଗଡା ଜିଲ୍ଲା ପ୍ରଶାସନ ଆଗୁଆ ବହୁ ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି । ଆଜି ଗୁଣୁପୁର ଉପଜିଲ୍ଲାପାଳ ସିଧେଶ୍ୱର ବଳିରାମ ଏନେଇ ପ୍ରସ୍ତୁତି ବୈଠକ କରିଥିଲେ । ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍କୁଲ, କଲେଜ, ସଭା, ସମିତି ତଥା ସାମାଜିକ ଉତ୍ସବ ଅନୁଷ୍ଠାନ କୁ ବନ୍ଦ କରାଯାଇଛି । ଉପଖଣ୍ଡ ଚିକିତ୍ସାଳୟରେ ଆଇସଲେସନ ୱାର୍ଡ ଖୋଲା ଯାଇଛି । ବାହାରୁ ଆସୁଥିବା ଲୋକଙ୍କ ଉପରେ ସତର୍କ ନଜର ରଖାଯାଇଛି । ଏଥିସହ ଯାନବାହନ ରେ ଓଭର ଲୋର୍ଡିଙ୍ଗ କୁ ବାରଣ କରାଯାଇଛି । ଆଶା, ଅଙ୍ଗନବାଡ଼ି କର୍ମୀ, ପିଆରଆଇ ସଦସ୍ୟ ଙ୍କୁ ଅଧିକ ଦାୟିତ୍ବ ଓ ସଚେତନତା କରାଯାଇଛି । ପ୍ରତି ଗ୍ରାମ, ପଞ୍ଚାୟତ, ସହରାଞ୍ଚଳରେ ଏନେଇ ୩ ଦିନ ଧରି ବ୍ୟାପକ ସଚେତନତା ଅଭିଯାନ କରାଯିବ ବୋଲି ଗୁଣୁପୁର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।
https://onakhabar.com/2020/03/17/section-144-continues-in-jagatsinghpur-district-including-paradip-town-sharla-temple-and-other-temples-and-religious-institutions/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking