38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗ୨୦୨୪ରେ ଏସସିବିର ନବକଳେବର

୨୦୨୪ରେ ଏସସିବିର ନବକଳେବର

ଭୁବନେଶ୍ୱର: ୨୦୨୪ ଜାନୁଆରୀ ପହିଲାରେ ଉଦଘାଟନ ହେବ ଏମସ ପ୍ଲସ ଏସସିବି । ଏସସିବି ନବକଳେବର ଉଦଘାଟନ ନେଇ ମୁଖ୍ୟମନ୍ତ୍ରୀ ଦିନ ଧାର୍ଯ୍ୟ କରିଛନ୍ତି । ଏସସିବି ନବୀକରଣ କାର୍ଯ୍ୟ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି । ଏସସିବି ନବୀକରଣ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୩୫ ଶହ କୋଟି ଟଙ୍କା । ୫ ହଜାର ଶଯ୍ୟା ସହ ଡାକ୍ତର, ରୋଗୀ, ଷ୍ଟାଫଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ । ୧୭୫ ଏକର ଜମିରେ ହେବାକୁ ଥିବା ଏସସିବିରେ ପ୍ରଥମେ ୩୫୦୦ ଶଯ୍ୟା ରହିବ । ଦ୍ୱିତୀୟ ପର୍ଯ୍ୟାୟରେ ଶଯ୍ୟା ସଂଖ୍ୟା ୫ ହଜାରକୁ ବୃଦ୍ଧି କରାଯିବ । ୧୨୮୦ ସରକାରୀ ବାସଗୃହ, ହଷ୍ଟେଲରେ ଅଧିକ ୨୨୦୦ ପିଲା ରହିବା ବ୍ୟବସ୍ଥା ହେବ । ଏସସିବି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking