29.1 C
Bhubaneswar
Saturday, April 27, 2024
Homeଓଡିଶାଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ପଜିଟିଭ୍ ସଂଖ୍ୟା ୧୭୦

ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ପଜିଟିଭ୍ ସଂଖ୍ୟା ୧୭୦

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଭୟଙ୍କର ରୂପ ଧାରଣ କରୁଛି ଡେଙ୍ଗୁ । ପୁଣି ୬ ଜଣ ଡେଙ୍ଗୁ ଚିହ୍ନଟ ଫଳରେ ଜିଲ୍ଲାରେ ଡେଙ୍ଗୁ ପଜିଟିଭ୍ ସଂଖ୍ୟା ୧୭୦ରେ ପହଞ୍ଚିଛି। ୨୦୧୮ରେ ଜିଲ୍ଲାରେ ୧୫୫ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ । କିନ୍ତୁ ଚଳିତବର୍ଷ ଏହି ରେକର୍ଡ ଭାଙ୍ଗିଛି । ଏହି ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।

ଏଣୁ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି । ଦୀର୍ଘଦିନ ଧରି ପାଣି ଜମିବା ଫଳରେ ମଶା ବୃଦ୍ଧିହୋଇ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଛି।  ଯେଉଁ ବ୍ଲକରୁ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି ସେହି ଅଞ୍ଚଳକୁ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଯାଇ ଲୋକଙ୍କୁ ସଚେତନ କରୁଛନ୍ତି। କିନ୍ତୁ ସଫେଇ ପାଇଁ ଆଖି ଦୃଶିଆ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ଅବସ୍ଥା ତ ସମ୍ପୂର୍ଣ୍ଣ ବେହାଲ, ସହରର ଜନବସତି ଅଞ୍ଚଳ ରେ ଡ୍ରେନେଜ ଅବସ୍ଥା ଭୁଶୁଡି ପଡିଛି। ଯେଉଁଠି ଦେଖିବ ଟିକେ ବର୍ଷା ରେ ପାଣି ଜମି ରହୁଛି। ଅନ୍ୟପଟେ ସଚେତନତା, ଧୂଆଁ ସ୍ପ୍ରେ, ମଶା ମରିବା ତେଲ ସଫେଇକୁ ପ୍ରାଧାନ୍ୟ ଦିଆଯାଇଛି। ଏହାକୁ ତୁରନ୍ତ ବିଏମସି ଦୃଷ୍ଟି ଦେଉ ବୋଲି ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking