26.1 C
Bhubaneswar
Friday, May 10, 2024
Homeଓଡିଶାରାସ୍ତା କାମକୁ ବିରୋଧ କରି ମାଓବାଦୀ ଲଗାଇଲେ ପୋଷ୍ଟର

ରାସ୍ତା କାମକୁ ବିରୋଧ କରି ମାଓବାଦୀ ଲଗାଇଲେ ପୋଷ୍ଟର

ଭବାନୀପାଟଣା : ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଯୁଗସାଇପାଟଣା ପୋଖରୀ ଘାଟି ମାନସ୍କା ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ରେ ରାସ୍ତା ନିର୍ମାଣ ରେ ନିୟୋଜିତ 3 ଟି ଟ୍ରାକ୍ଟର 2 ଟି ତିପର ଓ ଗୋଟିଏ ଯେସିବି କୁ ସିପିଆଇ ମାଓବାଦୀ ଓଡିଶା ରାଜ୍ୟ କମିଟି ପକ୍ଷରୁ ପୋଡି ଦିଆଯାଇଥିବା ବେଳେ ରାସ୍ତା କାମକୁ ବିରୋଧ କରି ମାଓବାଦୀ ସଂଗଠନ ପକ୍ଷରୁ ବ୍ୟାପକ ପୋଷ୍ଟର ଲଗା ଯାଇଛି।ଘଟଣା ସ୍ଥଳରେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପହଞ୍ଚି ନଥିବା ବେଳେ ୨୦୧୮ ପରେ ମାଓ ସଂଗଠନ ର ଏହା ଏକ ବଡ଼ ହିଂସାକାଣ୍ଡ। ଏହି ରାସ୍ତା କାମ ଭବାନୀପାଟଣା ର ଠିକାଦାର ପ୍ରମୋଦ ପଟନାୟକ କରୁଥିଲେ ବୋଲି ଜଣା ପଡ଼ିଛି । ୨୦୧୮ ଜାନୁଆରୀ ମାସରେ ସଦର ଥାନାରେ ନିର୍ମାଣ ଧୀନ ରାଜେଶ ଠାକୁର ଙ୍କ ବ୍ରିଜ କୁ ଉଡାଇଥିଲେ ଲାଲ ବାହିନୀ । ଘଟଣା ପରେ ସିଆରପିଏଫ ଓ ପୋଲିସ ପକ୍ଷରୁ କୁମ୍ବିଂ କୁ ଜୋରଦାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking