27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶବିଶ୍ୱର ସବୁଠୁ ଲମ୍ବା ନାକ ଥିବା ବ୍ୟକ୍ତିଙ୍କ ପରଲୋକ

ବିଶ୍ୱର ସବୁଠୁ ଲମ୍ବା ନାକ ଥିବା ବ୍ୟକ୍ତିଙ୍କ ପରଲୋକ

ଇସ୍ତାନବୁଲ : ବିଶ୍ୱର ସବୁଠାରୁ ଲମ୍ବା ନାକ ଥିବା ବ୍ୟକ୍ତି ତୁର୍କୀର ମେହମେତ୍ ଓଜିୟୁରେକ୍‌ଙ୍କର ବୁଧବାର ୭୫ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ମେହମେତ୍‌ଙ୍କ ନାକର ଲମ୍ବ ୩.୪୬ ଇଞ୍ଚ ହୋଇଥିବାବେଳେ ଏଥିଯୋଗୁଁ ୨୦୨୧ରେ ତାଙ୍କ ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଥିଲା ।

ପୂର୍ବରୁ ୨୦୦୧ ଓ ୨୦୧୦ରେ ମଧ୍ୟ ଲମ୍ବା ନାକ ଯୋଗୁଁ ତାଙ୍କୁ ଲସ୍ ଏଞ୍ଜେଲ୍‌ସ ଓ ଇଟାଲୀରେ ସମ୍ମାନିତ କରାଯାଇଥିଲା । ଲମ୍ବା ନାକ ଯୋଗୁଁ ବିଶ୍ୱ ରେକର୍ଡ ବୁକ୍‌ରେ ସ୍ଥାନ ପାଇଥିବାରୁ ମେହମେତ୍ ସବୁବେଳେ ନିଜକୁ ଗର୍ବ ଅନୁଭବ କରୁଥିଲେ । ଲମ୍ବା ନାକ ଯୋଗୁଁ ଅନ୍ୟମାନଙ୍କ ତୁଳନାରେ ତାଙ୍କର ଆଘ୍ରାଣ ଶକ୍ତି ଅଧିକ ରହୁଥିଲା ବୋଲି ଅତୀତରେ ମେହମେତ୍ ସ୍ୱୀକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking