24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶବିବାହ ଏବଂ ସନ୍ତାନର ଲାଳନପାଳନକୁ ନେଇ ମାଡ୍ରାସ ହାଇକୋର୍ଟ ରାୟ ଶୁଣାଇଲେ ଏପରି...

ବିବାହ ଏବଂ ସନ୍ତାନର ଲାଳନପାଳନକୁ ନେଇ ମାଡ୍ରାସ ହାଇକୋର୍ଟ ରାୟ ଶୁଣାଇଲେ ଏପରି…

ନୂଆଦିଲ୍ଲୀ: ବିବାହ ଏବଂ ସନ୍ତାନର ଲାଳନପାଳନକୁ ନେଇ ମାଡ୍ରାସ ହାଇକୋର୍ଟ ଏକ ବଡ଼ ଟିପ୍ପଣୀ କରିଛନ୍ତି । ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ ବିବାହମାନେ କେବଳ ଶାରୀରିକ ସୁଖ ପାଇଁ ନୁହେଁ ବରଂ ଏହା ମୁଖ୍ୟ ଭାବରେ ସନ୍ତାନୋତ୍ପତ୍ତିର ଉଦ୍ଦେଶ୍ୟ । ଏହାଦ୍ୱାରା ପାରିବାରିକ ଶୃଙ୍ଖଳାର ବିସ୍ତାର ହୋଇଥାଏ । କୋର୍ଟ କହିଛନ୍ତି ଯେ ବିବାହ ଦ୍ୱାରା ଜନ୍ମ ହୋଇଥିବା ସନ୍ତାନ ପତି-ପତ୍ନୀଙ୍କୁ ଯୋଡ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ବିଚାରପତି କିଷ୍ଣ୍ରନ ରାମାସ୍ୱାମୀ ଜଣେ ଓକିଲ ଦମ୍ପତ୍ତିଙ୍କ ମଧ୍ୟରେ ସନ୍ତାନକୁ କଷ୍ଟଡି ମାମଲାରେ ଶୁଣାଣି କରି କହିଛନ୍ତି ଯେ ପତି-ପତ୍ନୀଙ୍କ ମଧ୍ୟରେ ବିବାହ ସମାପ୍ତ ହୋଇପାରେ । କିନ୍ତୁ ପିତା ଏବଂ ମାତାଙ୍କ ସହ ସନ୍ତାନର ସଂପର୍କ ଛିନ୍ନ ହୋଇନଥାଏ । ପ୍ରତ୍ୟେକ ସନ୍ତାନ ପାଇଁ ତାଙ୍କ ପିତା ମାତା ଶାଶ୍ୱତ ହୋଇଥାନ୍ତି । ଚାହେ ମାତା ପିତାଙ୍କ ମଧ୍ୟରୁ କେହିବି ଦ୍ୱିତୀୟ ବିବାହ କରନ୍ତୁ ନା’ କାହିଁକି ।

ଏକ ରିପୋର୍ଟ ଅନୂଯାୟୀ, ମହିଳା କୋର୍ଟରେ ଅଭିଯୋଗ କରିଥିଲେ ଯେ ତାଙ୍କ ଓକିଲ ପତି ତାଙ୍କୁ ପିଲାଙ୍କ ସହ ଦେଖାହେବାକୁ ଦେଉନାହାଁନ୍ତି ଏବଂ ଏହିଭଳି ଭାବରେ କୋର୍ଟ ଆଦେଶର ଉଲ୍ଲଘଂନ କରୁଛନ୍ତି । ଏଥିପାଇଁ ପତ୍ନୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ପ୍ୟାରେଣ୍ଟାଲ ଆଲିଏନେଶନ ଅଭିଯୋଗ କରିଥିଲେ । ପ୍ୟାରେଣ୍ଟାଲ ଆଲିଏନେଶନକୁ ଅମାନବୀୟ ଏବଂ ପିଲାଙ୍କ ପାଇଁ ବିପଦ କହି ଜଷ୍ଟିସ୍ ରାମାସ୍ୱାମୀ କହିଛନ୍ତି ଯେ ଜଣେ ସନ୍ତାନକୁ ଅଭିଭାବକଙ୍କ ବିରୋଧରେ କରିବା ଜଣେ ପିଲାଙ୍କୁ ନିଜ ବିରୋଧରେ କରିବା । କୋର୍ଟ କହିଛନ୍ତି ଜଣେ ସନ୍ତାନ ସାରା ଜୀବନ ପର୍ଯ୍ୟନ୍ତ କିମ୍ବା ବୟସ୍କ ହେବା ପର୍ଯ୍ୟନ୍ତ ମାତା ପିତାଙ୍କୁ ଦୁହିଁଙ୍କୁ ସାହାରା ଦେବା ପାଇଁ ଜରୁରୀ । ଜଷ୍ଟିସ ଆହୁରି କହିଛନ୍ତି ଯେ ଘୃଣା ପିଲାମାନଙ୍କ ମଧ୍ୟରେ ବାପା-ମା’ଙ୍କ ବିରୋଧରେ ଆସିବା କଥା ନୁହେଁ । ତାଙ୍କ ମଧ୍ୟରେ ସେ ପର୍ଯ୍ୟନ୍ତ ଘୃଣା ଆସିନଥାଏ ଯେପର୍ଯ୍ୟନ୍ତ ସେହି ବ୍ୟକ୍ତିଙ୍କ ଦ୍ୱାରା ଶିଖାନଯାଉଛି, ଯାହା ଉପରେ ପିଲା ସଂପୂର୍ଣ୍ଣ ଭାବରେ ବିଶ୍ୱାସ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking