30.1 C
Bhubaneswar
Monday, May 20, 2024
Homeଅପରାଧଶାଶୂ-ଶ୍ୱଶୁରଙ୍କୁ ବୋହୂର ବ୍ଲାକମେଲ୍‌

ଶାଶୂ-ଶ୍ୱଶୁରଙ୍କୁ ବୋହୂର ବ୍ଲାକମେଲ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଲକ୍ଷ୍ମୀନଗର ଜଣେ ବୋହୂ ନିଜ ଶାଶୁ-ଶ୍ୱଶୁରଙ୍କୁ ବ୍ଲାକମେଲ କରୁଥବା ଖବର ସାମ୍ନାକୁ ଆସିଛି । ଶାଶୁ ଶ୍ୱଶୁରଙ୍କ ରୁମରେ କ୍ୟାମେରା ଲଗାଇ ଆପତ୍ତିଜନକ ଭିଡିଓ ଉତ୍ତୋଳନ କରି ସେମାନଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏ ଘଟଣାରେ ମହିଳାଙ୍କ ଭାଇ ଓ ପ୍ରେମିକ ସାମିଲ ଥିବା ଜଣାପଡିଛି । ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ମହିଳା ଘରୁ ଟଙ୍କା ଓ ଲକ୍ଷାଧିକ ଟଙ୍କାର ଗହଣା ନେଇ ଫେରାର ହୋଇଛି । ଘଟଣା ବାବଦରେ ମହିଳାଙ୍କ ସ୍ୱାମୀ ଲକ୍ଷ୍ନୀନଗର ଥାନାରେ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ମହିଳା ଓ ତାଙ୍କ ଭାଇକୁ ଖୋଜୁଛି ପୋଲିସ । ବର୍ତ୍ତମାନ ସୁଦ୍ଧା ସେମାନଙ୍କର କିଛି ସୁରାଗ ମିଳିନାହିଁ । ପୋଲିସ ଅଧିକାରୀ କହିଛନ୍ତି, ପୀଡିତ ପରିବାର ଲକ୍ଷ୍ମୀନଗର ଅଞ୍ଚଳରେ ରହୁଛନ୍ତି । ସେମାନଙ୍କର ଚାନ୍ଦିନୀ ଚୌକରେ ସୁନା ଏବଂ ହିରା ବ୍ୟବସାୟ ରହିଛି । ସେମାନଙ୍କ ପରିବାରରେ ମୋଟ ୫ ଜଣ ଲୋକ ରହିଛନ୍ତି । ବାହାଘରର କିଛି ଦିନ ଯାଏ ସବୁ ଠିକ ଠାକ ଥିଲା । ସେ ତାଙ୍କ ବାପା ମାଆ ଓ ସାନ ଭାଇଙ୍କ ସହିତ ରହୁଥିଲେ ।

ସମୟ ଗଡିବା ସହିତ ପରବର୍ତ୍ତୀ ସମୟରେ ଦୁହିଁଙ୍କ ଭିତରେ ଝଗଡା ହୋଇଥିଲା । ଗତ ୪ ବର୍ଷ ହେବ ଝଗଡ ଏତେ ବଢିଥିଲା ଯେ ସମ୍ପର୍କ ଖରାପ ହେବାକୁ ଲାଗିଲା । ଦୁଇ ଦଳ ଗୋଟିଏ ବିଲ୍ଡିଂରେ ରହୁଥିଲେ ମଧ୍ୟ ଅଲଗା ଅଲଗା ରୁମରେ ରହୁଥିଲେ । ସେପ୍ଟେମ୍ବର ୫ ତାରିଖରେ ପୀଡିତ ଜଣଙ୍କ ତାଙ୍କ ପତ୍ନୀଙ୍କ ଫୋନରେ ତାଙ୍କ ବନ୍ଧୁଙ୍କ ଏକ ମେସେଜ ଦେଖିଲେ ଓ ସେମାନଙ୍କ ମଧ୍ୟରେ ହୋଇଥିବା ପୂର୍ବ କଥାବାର୍ତ୍ତା ବିଷୟରେ ପଢିଥିଲେ । ଜାଣିବାକୁ ପାଇଥିଲେ ଯେ ତାଙ୍କ ବନ୍ଧୁଙ୍କ ସହ ତାଙ୍କ ପତ୍ନୀର ପ୍ରେମ ସମ୍ପର୍କ ରହିଛି ।

ପୀଡିତ ତାଙ୍କ ବନ୍ଧୁଙ୍କ ସହ ଏ ବାବଦରେ କଥା ହେବାକୁ ଡାକିଥିଲେ ମାତ୍ର ସେ ତାଙ୍କ ପତ୍ନୀଙ୍କୁ ସବୁ କଥା କହି ଦେଇଥିଲେ । ଏହାପରେ ପ୍ରେମିକ ସହ ମିଶି ଘରୁ ଟଙ୍କା ଓ ସୁନା ଗହଣା ନେଇ ଚମ୍ପଟ ମାରିଥିଲେ ପୀଡିତଙ୍କ ପତ୍ନୀ । ଘଟଣାର ତଦନ୍ତ କରି ପୋଲିସ ଜାଣିବାକୁ ପାଇଛି ପୀଡିତଙ୍କ ପତ୍ନୀଙ୍କ ପାଖକୁ ତାଙ୍କ ଭାଇଙ୍କ ଫୋନ ଆସିଛି । ମାମଲାକୁ ରଫା ଦଫା ନକଲେ ଶାଶୁ ଶ୍ୱଶୁରଙ୍କ ଏକ ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ଭାଇରାଲ କରିବାକୁ ଧମକ ଦେଇଛନ୍ତି । ପୀଡିତ ଓ ତାଙ୍କ ବାପା-ମାଆଙ୍କ ରୁମରେ କ୍ୟାମେରା ଲଗାଯାଇଥିବା ଅଭିଯୋଗରେ ଦର୍ଶାଯାଇଥିବା କହିଛି ପୋଲିସ । ଅଭିଯୁକ୍ତ ମହିଳା ଓ ପ୍ରେମିକଙ୍କ ଫୋନ ଟ୍ରେସ କରି ତଦନ୍ତ ଚଳାଇଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking