41.1 C
Bhubaneswar
Sunday, April 28, 2024
Homeଅପରାଧପ୍ରେମିକାର ଶବକୁ ଗାୟବ କରିବାକୁ ପ୍ରେମିକ ରଚିଲା ଏଭଳି....

ପ୍ରେମିକାର ଶବକୁ ଗାୟବ କରିବାକୁ ପ୍ରେମିକ ରଚିଲା ଏଭଳି….

ପୁଣେ: ମହାରାଷ୍ଟ୍ରର ଭୀୱାଣ୍ଡିରେ ପୁଲିସ ଆଜି ଜଣେ ଯୁବକଙ୍କୁ ଗିରଫ କରିଛି । ଏହି ଯୁବକ ତାଙ୍କ ଲିଭ-ଇନ୍ ପାର୍ଟନରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ୩୦ ବର୍ଷ ବୟସ୍କ ଯୁବକଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ୩ ଦିନ ତଳେ ଯୁବତୀ ଜଣକ ମଦ୍ୟପାନ କରି ଘରକୁ ଫେରିଥିଲେ ଆଉ କୌଣସି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଝଗଡା ହେବା ପରେ ପ୍ରେମିକ ଜଣକ ତାଙ୍କର ଗଳା କାଟି ହତ୍ୟା କରିଥିଲେ । ଅଭିଯୁକ୍ତ ସଦ୍ଦାମ ସୟିଦ ଭୀୱାଣ୍ଡିର ଶିବାଜୀ ନଗରରେ ରହୁଥିବାବେଳେ ତାଙ୍କ ସହ ୨୪ ବର୍ଷୀୟ କବିତା ମାଦାର ଓରଫ ମୁସ୍କାନ୍ ଗତ ପାଞ୍ଚ ମାସ ଧରି ଲିଭ-ଇନରେ ରହୁଥିଲେ । ଗତ ଶୁକ୍ରବାର, ମୁସ୍କାନ ବିଳମ୍ବିତ ରାତିରେ ମଦ୍ୟପାନ କରି ଘରକୁ ଆସିଥିଲେ, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଆଉ ଝଗଡା ଏତେ ବଢିଯାଇଥିଲା ଯେ ସଦ୍ଦାମ ତାଙ୍କୁ ଗଳା କାଟି ହତ୍ୟା କରିଥିଲେ ।

ମୁସ୍କାନଙ୍କୁ ହତ୍ୟା କରିବା ପରେ ସଦ୍ଦାମ କର୍ଣ୍ଣାଟକର ବିଜାପୁରରେ ରହୁଥିବା ତାଙ୍କ ଜେଜେମା’ଙ୍କୁ କହିଥିଲେ ଯେ ଅଜଣା ରୋଗ ଯୋଗୁଁ ମୁସ୍କାନଙ୍କର ମୃତ୍ୟୁ ଘଟିଛି । ଆଉ ସଦ୍ଦାମ, ମୁସ୍କାନଙ୍କ ଶବକୁ ଗାୟବ କରିବା ପାଇଁ ଆମ୍ବୁଲାନ୍ସ ବୁକ୍ କରିଥିଲେ । ଏହି ସମୟରେ ମୁସ୍କାନଙ୍କ ବନ୍ଧୁ ତାଙ୍କ ଫ୍ଲାଟକୁ ଆସିଥିଲେ । ପ୍ରକୃତରେ ମୁସ୍କାନଙ୍କ ବନ୍ଧୁ ଅନେକ ଥର କଲ କରିଥିଲେ, କିନ୍ତୁ ମୁସ୍କାନ କୌଣସି ଉତ୍ତର ନ ଦେବାରୁ ସେ ତାଙ୍କ ଫ୍ଲାଟକୁ ଆସିଥିଲେ । ମୁସ୍କାନଙ୍କ ପଡ଼ୋଶୀମାନେ ତାଙ୍କୁ କହିଥିଲେ ଯେ ମୁସ୍କାନ ମରିଯାଇଛନ୍ତି ଏବଂ ସଦ୍ଦାମ ତାଙ୍କ ଶବକୁ କର୍ଣ୍ଣାଟକକୁ ନେଇଛନ୍ତି । ଏହି ଘଟଣାକୁ ନେଇ ତାଙ୍କର ସନ୍ଦେହ ହୋଇଥିଲା ଏବଂ ତୁରନ୍ତ ମୁସ୍କାନଙ୍କ ହତ୍ୟା ବିଷୟରେ ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ସବ୍‌-ଇନ୍ସପେକ୍ଟର ରବିନ୍ଦ୍ର ପାଟିଲଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ସ୍କାନ କରିବା ପରେ ଆମ୍ବୁଲାନ୍ସର ନମ୍ବର ଖୋଜିଥିଲେ । ଏହା ପରେ ପୋଲିସ ଆମ୍ବୁଲାନ୍ସର ମାଲିକଙ୍କ ସହ ଯୋଗାଯୋଗ କରିବାରୁ ଜଣାପଡିଥିଲା ଯେ ଆମ୍ବୁଲାନ୍ସଟି କର୍ଣ୍ଣାଟକ ଆଡକୁ ଯାଉଛି । ଏହା ପରେ ପୋଲିସ ଆମ୍ବୁଲାନ୍ସର ପିଛା କରି ପୁଣେରୁ ସଦ୍ଦାମଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking