30.1 C
Bhubaneswar
Saturday, May 4, 2024
Homeଅପରାଧଘରୋଇ କଳିରୁ ଜଘନ୍ୟ କାଣ୍ଡ, ଶ୍ୱଶୁରଙ୍କ ସମ୍ବେଦନଶୀଳ ଅଙ୍ଗ କାଟିଲା ବୋହୂ

ଘରୋଇ କଳିରୁ ଜଘନ୍ୟ କାଣ୍ଡ, ଶ୍ୱଶୁରଙ୍କ ସମ୍ବେଦନଶୀଳ ଅଙ୍ଗ କାଟିଲା ବୋହୂ

କୋଲକାତା: ପଶ୍ଚିମବଙ୍ଗ ପୂର୍ବ ମେଦିନପୁର ଜିଲ୍ଲାରେ ଏକ ଜଘନ୍ୟ ଘଟଣା ଦେଖିବାକୁ ମିଳିଛି । ଘରୋଇ କଳି ହେବାରୁ ଶ୍ୱଶୁରଙ୍କ ସମ୍ବେଦନଶୀଳ ଅଙ୍ଗ କାଟି ଦେଲେ ମହିଳା । ଏହି ଘଟଣା ନେଇ ସୂଚନା ମିଳିବା ପରେ ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାନିଆ ଥାନାଞ୍ଚଳ ବାକ୍‌ଚା ଗ୍ରାମରେ ଏହି ଘଟଣା ଘଟିଛି । ଗ୍ରାମରେ ଶିଖା ନାମକ ମହିଳା ପାଖରେ ଥିବା ନିଜ ବାପା ଘରେ ମାଂସ ରନ୍ଧା ହୋଇଥିବା ଜାଣିବାକୁ ପାଇଥିଲେ । ସେ ବାପ ଘରକୁ ଯିବାକୁ ନିଜ ସ୍ୱାମୀଙ୍କୁ ଅନୁମତି ମାଗିଥିଲେ । ତେବେ ଏହାକୁ ନେଇ ମନା କରିଥିଲେ ଶିଖାଙ୍କ ସ୍ୱାମୀ । ସେ ଘରକୁ ମାଂସ ନେଇ ଆସିବେ ବୋଲି କହିଥିଲେ । ଏଥିରେ କ୍ରୋଧାନ୍ୱିତ ହୋଇ ଶିଖା ନିଜ ସ୍ୱାମୀ ସହ ଶ୍ୱଶୁର ଘର ଲୋକଙ୍କୁ ଗାଳି କରିବା ଆରମ୍ଭ କରିଦେଲେ । ଶିଖାଙ୍କୁ ବୁଝାଇବାକୁ ତାଙ୍କ ଶ୍ୱଶୁର ଆସିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ ଶିଖା । ଏହାପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା । ଏହାରି ମଧ୍ୟରେ ଶିଖା ଶ୍ୱଶୁରଙ୍କ ସମ୍ବେଦନଶୀଳ ଅଙ୍ଗ କାଟି ଦେଇଥିଲେ । ପ୍ରାଣ ବିକଳରେ ବୃଦ୍ଧ ଜଣକ ପାଟି କରିବାରୁ ସ୍ଥାନୀୟ ଲୋକ ଆସି ଶିଖାକୁ କାବୁ କରିବା ସହ ବୃଦ୍ଧଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ । ଏହାପରେ ଶିଖାକୁ ବାନ୍ଧି ଦେଇଥିଲେ ସ୍ଥାନୀୟ ଲୋକେ । ତେବେ କୌଣସିମତେ ଶିଖା ସେଠାରୁ ଖସିଯାଇ ବାପଘରକୁ ଚାଲି ଯାଇଥିଲେ । ଏହାକୁ ନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଶିଖାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାପରେ ଶିଖା ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking