38.1 C
Bhubaneswar
Tuesday, April 23, 2024
Homeଅପରାଧସ୍ତ୍ରୀ ସହ ଅନୈତିକ ସଂପର୍କ ଥିବା ସନ୍ଦେହ କରି ନିଜ ଭାଇକୁ ହତ୍ୟା ହତ୍ୟା କଲା...

ସ୍ତ୍ରୀ ସହ ଅନୈତିକ ସଂପର୍କ ଥିବା ସନ୍ଦେହ କରି ନିଜ ଭାଇକୁ ହତ୍ୟା ହତ୍ୟା କଲା ଭାଇ

କାନପୁର: ପରକୀୟା ପ୍ରୀତିର କରୁଣ ପରିସ୍ଥିିତି ଆପଣ ଅଧିକାଂଶ ସମୟରେ ଦେଖିବାକୁ ପାଇଥିବେ । ଏହି ପ୍ରୀତି ଯଦି ନିଜ ଘର ଭିତରେ ଘଟେ ତ ପରିସ୍ଥିତି ଆହୁରି ଭୟଙ୍କର ହୋଇଥାଏ । କାନପୁରର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କର ତାଙ୍କ ଭାଇ ସହ ପ୍ରେମ ସଂପର୍କ ଅଛି ବୋଲି ସନ୍ଦେହ କରି ଭାଇର ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ହେଉଛନ୍ତି ଧନଞ୍ଜୟ । ସେ ଭାଇର ହତ୍ୟା କରିବା ପରେ କେଉଁ ଆଡ଼େ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍ ତାଙ୍କୁ ଗିରଫ କରିଛି । ପୁଲିସ୍ ଜେରା ସମୟରେ ସେ ସ୍ୱୀକାର କରିଛନ୍ତି ଯେ ତାଙ୍କ ଭାଇ ଶିବ୍ ବାହାଦୂରଙ୍କର ତାଙ୍କ ପତ୍ନୀଙ୍କ ସହ ଅନୈତିକ ସଂପର୍କ ଥିଲା । ସେହି କାରଣରୁ ସେ ଭାଇକୁ ହତ୍ୟା କରିବାକୁ ଏକ ସୁଯୋଗ ଖୋଜୁଥିଲେ ।

ସେପ୍ଟେମ୍ବର ୧୦ ତାରିଖରେ ତାଙ୍କ ଭାଇ ଶୋଇଥିବା ବେଳେ ସେ ଏକ ଠେଙ୍ଗା ନେଇ ଭାଇ ନିକଟକୁ ଯାଇଥିଲେ । ଭାଇ ନିଦରେ ଥିବା ବେଳେ ସେ ଠେଙ୍ଗାରେ ବାଡ଼େଇ ବାଡ଼େଇ ଭାଇର ହତ୍ୟା କରିଥିଲେ । ସେ ଭାଇର ହତ୍ୟା କରିବା ପରେ ନିଜର ରକ୍ତ ଜର୍ଜରିତ ପୋଷାକକୁ ବଦଳାଇବା ପରେ ବାଇକ୍ ଚଳାଇ କେଉଁ ଆଡ଼େ ପଳାଇ ଯାଇଥିଲେ । ତାଙ୍କୁ ପୁଲିସ ବହୁ ଖୋଜା ଖୋଜି କରିବା ପରେ ରୱାତପୁର ପୁଲିସ ଷ୍ଟେସନ ଅଞ୍ଚଳରୁ ଗିରଫ କରିଛି । ଅଭିଯୁକ୍ତ ଚଳିତବର୍ଷ ଏପ୍ରିଲ୍ ୧୮ ତାରିଖରେ ବିବାହ କରିଥିଲେ ବୋଲି ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking