29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଦୁନିଆର ସବୁଠାରୁ ବଡ ଗୁମ୍ଫା ; ଭିତରେ ଥିବା ଶିବଲିଙ୍ଗ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଦୁନିଆର ସବୁଠାରୁ ବଡ ଗୁମ୍ଫା ; ଭିତରେ ଥିବା ଶିବଲିଙ୍ଗ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ  : ଉତ୍ତରାଖଣ୍ଡର ଗଙ୍ଗୋଲିହାଟରେ ଏକ ବିଶାଳ ଗୁମ୍ଫା ମିଳିଛି। ଏହି ଗୁମ୍ଫାଟି ୮ ମହଲା ବିଶିଷ୍ଟ ଏବଂ ଏଥିରେ ଅନେକ ପୌରାଣିକ ଚିତ୍ର ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ଏହି ଗୁମ୍ଫା ଭିତରେ ଶିବଲିଙ୍ଗ ମଧ୍ୟ ଦେଖିବାକୁ ମିଳିଛି ଏବଂ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଶିବଲିଙ୍ଗ ଉପରେ ପଥରରୁ ପାଣି ପଡୁଛି । ଗୁମ୍ଫାର ବିସ୍ତୃତତା ସହିତ ଶିବଲିଙ୍ଗ ଉପରେ ପଡୁଥିବା ପାଣି ଏହି ସ୍ଥାନକୁ ଚର୍ଚ୍ଚାକୁ ଆଣିଛି। ପ୍ରସିଦ୍ଧ ପାତାଳ ଭୁବନେଶ୍ୱରୀ ଗୁମ୍ଫାଠାରୁ ଏହି ଗୁମ୍ଫା ବଡ଼ ହୋଇପାରେ ବୋଲି କୁହାଯାଉଛି।

ଶୈଳ ପର୍ବତ କ୍ଷେତ୍ରର ଗୁମ୍ଫା ଉପତ୍ୟକା ଗଙ୍ଗୋଲିହାଟରେ ଅବସ୍ଥିତ ପ୍ରସିଦ୍ଧ ସିଦ୍ଧପିଠ ହାଟକାଲିକା ମନ୍ଦିରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଏହି ଗୁମ୍ଫାକୁ ୪ ଜଣ ଯୁବକ ଖୋଜି ବାହାର କରିଛନ୍ତି। ରିପୋର୍ଟ ଅନୁଯାୟୀ, ଯେତେବେଳେ ଏହି ୪ଜଣ ଯୁବକ ଗୁମ୍ଫାରେ ପହଞ୍ଚିଥିଲେ, ସେତେବେଳେ ସେମାନେ ଏହାର ବିଶାଳ ଆକାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଗୁମ୍ଫା ଭିତରକୁ ଯାଇଥିଲେ ଏବଂ  ପ୍ରାକୃତିକ ଭାବରେ ଗଠିତ ପାହାଚ ଦେଇ ଗୁମ୍ଫାର ୮ ମହଲା ପର୍ଯ୍ୟନ୍ତ ଓପହଞ୍ଚିଥିଲେ। ଗୁମ୍ଫାରେ ଏକ ୯ମ ମହଲା ମଧ୍ୟ ଥିଲା କିନ୍ତୁ ସେମାନେ ସେଠାରେ ପହଞ୍ଚି ପାରିନଥିଲେ।

ଏହି ଗୁମ୍ଫାକୁ ମହାକାଳେଶ୍ୱର ନାମରେ ନାମିତ କରାଯାଇଛି। ଏହି ଅଞ୍ଚଳରେ ଥିବା ଅନ୍ୟ ଗୁମ୍ଫାଗୁଡ଼ିକ ପରି, ଏଠାରେ ପଥର ଉପରେ ପୌରାଣିକ ଚିତ୍ରଗୁଡ଼ିକ ଉଭା ହୋଇଛି। ଶେଶନାଗ ସମେତ ଅନେକ ଦେବତାଙ୍କର ଚିତ୍ର ମଧ୍ୟ ଏଠାରେ ଉଭା ହୋଇଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଗୁମ୍ଫା ଭିତରେ ନିର୍ମିତ ଶିବଲିଙ୍ଗ ଆକୃତିର ପଥରରୁ ପାଣି ପଡୁଛି। ସବୁଠୁ ବଡ କଥା ହେଉଛି ଏତେ ଲମ୍ବା ଗୁମ୍ଫା ରହିବା ପରେ ମଧ୍ୟ ଏଠାରେ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଅଛି । ଏହି ଗୁମ୍ଫା ୧୫୦ ମିଟର ଗଭୀର ପାତାଲ ଭୁବନେଶ୍ୱରୀ ଠାରୁ ବଡ। ଭବିଷ୍ୟତରେ, ଏହି ଗୁମ୍ଫାକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରି ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇପାରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking