33.1 C
Bhubaneswar
Thursday, May 23, 2024
Homeଓଡିଶାରାଇଆଁ ଗାଁରେ କଙ୍ଗାରୁ କୋର୍ଟ, ତିନିଦିନ ଧରି ମହିଳା ଓ ପୁରୁଷକୁ ବାନ୍ଧି ନିସ୍ତୁକ ମାଡ଼

ରାଇଆଁ ଗାଁରେ କଙ୍ଗାରୁ କୋର୍ଟ, ତିନିଦିନ ଧରି ମହିଳା ଓ ପୁରୁଷକୁ ବାନ୍ଧି ନିସ୍ତୁକ ମାଡ଼

ମୟୁରଭଞ୍ଜ: ପୁଣି ଲଜ୍ୟା। ବସିଲା କଙ୍ଗାରୁ କୋର୍ଟ। ଆଇନର ଆଶ୍ରୟ ନେବା ବଦଳରେ ଆଇନ ହାତକୁନେଇ କଙ୍ଗାରୁ କୋର୍ଟ ବସାଇ ଗ୍ରାମବାସୀ କରୁଛନ୍ତି ବିଚାର। କେମିତି ଅତ୍ୟାଚାର ହେଉଛି ଦେଖନ୍ତୁ ଏହି ଭିଜୁଆଲରେ ତାର ଦୃଶ୍ୟ ଆମେ ଦେଖାଉଛୁ। ଏଭଳି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକଲୋଚନକୁ ଆସିଥିବା ବେଳେ ଘଟଣାଟି ହେଉଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ରାଇଆଁ ଗାଁର। ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ଏବଂ ତିନିଦିନ ଧରି ଉଭୟ ମହିଳା ଓ ପୁରୁଷଙ୍କୁ ବାନ୍ଧି ରଖିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ।

ସୂଚନାଯୋଗ୍ୟ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଭୁଆସୁଣୀ ପଞ୍ଚାୟତର ରାଇଆଁ ଗ୍ରାମର ଜଣେ ବିବାହିତା ମହିଳା ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତ ନୂଆଗାଁର ଜଣେ ବିବାହିତ ପୁରୁଷ ଅସଞ୍ଜତ ଅବସ୍ଥାରେ ଦେଖିବାକୁ ପାଇଥିଲେ ଗ୍ରାମବାସୀ। ବୁଧୁବାର ଉଭୟଙ୍କୁ ଗ୍ରାମବାସୀ ଏକାଠି ଦେଖିବା ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଥିଲା । ଲୋକଙ୍କ ସନ୍ଦେହ ଘେରକୁ ଆସିଥିବା ଯୋଗୁଁ ଲୋକେ ଦୁହିଁଙ୍କୁ ଗାଳିଗୁଲଜ ସହ ଧରିଆଣି ଏକ ଗଛରେ ବାନ୍ଧି ପକାଇଥିଲେ। ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଗ୍ରାମବାସୀ ଉଭୟଙ୍କୁ ସର୍ବ ସମ୍ମୁଖରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।

ଘଟଣା ଘଟିଥିବା ବୁଧୁବାର ଠାରୁ ଶୁକ୍ରବାର ଦିନ ପର୍ଯ୍ୟନ୍ତ ସେମାନଙ୍କୁ ଗାଁରେ ଅଟକ ରଖି ମାଡପିଟ କରିଥିବା ଜଣାପଡିଛି। ତେବେ ଗ୍ରାମବାସୀ ଉଭୟଙ୍କୁ ଘଟଣାସ୍ଥଳରେ ବିଚାର କରିବାକୁ ଜିଦ୍ ଧରିଥିବା ବେଳେ ଘଟଣା ସମ୍ପର୍କରେ ପୋଲିସକୁ ମଧ୍ୟ ସୂଚନା ଦେଇ ନ ଥିବା ଜଣାପଡିଛି। ପୋଲିସ ଆଜି ଖବରପାଇ ଉଭୟ ମହିଳା ଏବଂ ପୁରୁଷଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଥିବା ଜଣାପଡିଛି। ଏନେଇ ଥାନାରେ ବର୍ତ୍ତମାନ୍ ସୁଦ୍ଧା କୋୖଣସି ଅଭିଯୋଗ ମଧ୍ୟ ହୋଇ ନ ଥିବା ଜଣାପଡିଛି। ତେବେ ଏଭଳି ଏକ ଅଭାବନୀୟ ଘଟଣା ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଅନ୍ୟପଟେ ଘଟଣା ପୋଲିସ ନଜରକୁ ନ ଆଣି ବିଚାର କରିବାକୁ ଅପଚେଷ୍ଟା କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଫଳରେ ଆଗାମୀ ଦିନରେ ଏଭଳି କୌଣସି ଘଟଣା ସାମ୍ନାକୁ ଆସିଲେ ଆଇନ ହାତକୁ ନେବା ବଦଳରେ ସମ୍ମାନର ଆଇନର ଆଶ୍ରୟ ନେବେ। ନଚେତ ଗାଁ ଗହଳିରେ କଙ୍ଗାରୁ କୋର୍ଟର ଅହେତୁକ ପ୍ରଭାବ ବୃଦ୍ଧି ରୋକିବା ଅସମ୍ଭବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking