32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଚୀନରେ ସୁରକ୍ଷିତ ଭାବେ ଅବତରଣ କଲା ଇରାନର ବିମାନ

ଚୀନରେ ସୁରକ୍ଷିତ ଭାବେ ଅବତରଣ କଲା ଇରାନର ବିମାନ

ନୂଆଦିଲ୍ଲୀ : ବାଂଲାଦେଶ ଦେଇ ଚୀନରେ ଅବତରଣ କଲା ୩୪୦ ଯାତ୍ରୀ ଥିବା ଇରାନର ବିମାନ । ଇରାନର ମହାନ ଏୟାରଲାଇନ୍ସ ଏହା ସ୍ପଷ୍ଟ କରିଛି । ଇରାନର ଏହି ଯାତ୍ରୀବାହୀ ବିମାନରେ ବୋମା ଥିବା ସୂଚନା ମିଳିଥିଲା । ମହାନ ଏୟାରଲାଇନ୍ସ କହିଛି, ବୋମା ଖବର ଗୁଜବ, ବିମାନଟି ସଂପୂର୍ଣ୍ଣ ସୁରକ୍ଷିତ ରହିଛି । ଘଟଣାକ୍ରମକୁ ଦେଖିଲେ ଲାଗୁଛି ଅନ୍ତର୍ଜାତୀୟ ବିମାନ ସେବାକୁ ପ୍ରଭାବିତ କରିବାକୁ ଏପରି ଏକ ଫେକ୍ ନ୍ୟୁଜ ତିଆରି କରାଯାଇଥିଲା । ଏପରି କରି ଶାନ୍ତି ଭାଙ୍ଗିବାକୁ ପ୍ରୟାସ କରାଯାଇଥିଲା ବୋଲି ଇରାନର ବିମାନ ବନ୍ଦର କର୍ତୃପକ୍ଷ କହିଛନ୍ତି । ଇରାନର ଏହି ବିମାନ ଭାରତୀୟ ଆକାଶମାର୍ଗରେ ପ୍ରବେଶ କରିବା ପରେ ବୋମା ଥିବା ନେଇ ଦିଲ୍ଲୀ ବିମାନ ବନ୍ଦରକୁ ସୂଚନା ମିଳିଥିଲା । ପରେ ଏୟାର ଟ୍ରାଫିକ କଂଟ୍ରୋଲର ଦିଲ୍ଲୀ ବିମାନ ବନ୍ଦରରେ ବିମାନ ଅବତରଣ ନକରି ଜୟପୁରରେ ଅବତରଣ କରିବାକୁ ପରାମର୍ଶ ଦେଇଥିଲା । ହେଲେ ଏହା ସଫଳ ହୋଇପାରିନଥିଲା । ପରେ ବାଂଲାଦେଶ ଆକାଶମାର୍ଗ ଦେଇ ଚୀନରେ ଅବତରଣ କରିଛି ଏହି ଯାତ୍ରୀବାହୀ ବିମାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking