26.1 C
Bhubaneswar
Tuesday, May 7, 2024
Homeଓଡିଶାଭୁବନେଶ୍ୱର, କଟକ ଓ ପୁରୀ ପରେ ରାଉରକେଲାରେ ଗଡିବ ‘ମୋ ବସ୍’

ଭୁବନେଶ୍ୱର, କଟକ ଓ ପୁରୀ ପରେ ରାଉରକେଲାରେ ଗଡିବ ‘ମୋ ବସ୍’

ଭୁବନେଶ୍ବର : ଭୁବନେଶ୍ୱର, କଟକ ଓ ପୁରୀ ପରେ ଏଣିକି ରାଜ୍ୟର ଅନ୍ୟତମ ପ୍ରମୁଖ ସହର ରାଉରକେଲାରେ ଗଡିବ ‘ମୋ ବସ୍’। ଟୁର୍ ଅପରେଟରଙ୍କ ଜରିଆରେ କ୍ରୁଟ୍(କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନସପୋର୍ଟ) ଏହି ସେବା ଉପଲବ୍ଧ କରାଇବାକୁ ଯାଉଛି। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଟୁର ଅପରେଟର ବାଛିବା ପାଇଁ କ୍ରୁଟ୍ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ଏହି ସେବା ଉପଲବ୍ଧ କରିବାକୁ ଯୋଜନା କରାଯାଇଥିବା କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି।ପ୍ରଥମ ପର‌୍ୟ୍ୟାୟରେ ରାଉରକେଲା ସହରରେ ଶହେଟି ନୂଆ ବସ୍ ଚାଲିବ। ସେଥିରେ ୩୦ଟି ସାଧାରଣ ଓ ୭୦ଟି ଏସି ବସ୍ ରହିବ। ରାଉରକେଲା ମହାନଗର ନିଗମ ଅଞ୍ଚଳ ସହିତ ଉପକଣ୍ଠରେ ଏହି ସେବା ଉପଲବ୍ଧ ହେବ। ପରେ ଯାତ୍ରୀଙ୍କ ଚାହିଦା ଓ ଆବଶ୍ୟକତାକୁ ଦେଖି ଏହାକୁ ସହରର ପାର୍ଶ୍ବବର୍ତ୍ତୀ ସଦର ମହକୁମା ପର‌୍ୟ୍ୟନ୍ତ ପରିବର୍ଦ୍ଧିତ କରାଯିବ। ଏହି ସେବା ଯୋଗାଇବା ଉଦ୍ଦେଶ୍ୟରେ ବିଭିନ୍ନ ଅପରେଟରମାନଙ୍କ ପାଇଁ ଆବେଦନ କରିବାକୁ ଚଳିତ ମାସ ୨୮କୁ ଶେଷ ତାରିଖ ଧାର‌୍ୟ୍ୟ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking