39.1 C
Bhubaneswar
Friday, April 26, 2024
Homeଅପରାଧଦୁର୍ଦ୍ଧାନ୍ତ ମାଓବାଦୀ ପ୍ରଫୁଲ୍ଲ ଗିରଫ

ଦୁର୍ଦ୍ଧାନ୍ତ ମାଓବାଦୀ ପ୍ରଫୁଲ୍ଲ ଗିରଫ

ମୋହନା : ଗଜପତି ଜିଲ୍ଲା ଅଡ଼ବା ପୁଲିସକୁ ମିଳିଛି ବଡ଼ ସଫଳତା । ୨୦୦୮ ଠାରୁ ପୁଲିସର ମୋଷ୍ଟ ୱାଣ୍ଟେଡ୍ ଥିବା ଦୁର୍ଦ୍ଧାନ୍ତ ମାଓବାଦୀ ପ୍ରଫୁଲ୍ଲ ପରିଛା (୫୦)କୁ ପୁଲିସ କୌଶଳକ୍ରମେ ଗିରଫ କରିଥିବା ଜଣାଯାଇଛି । ଗଜପତି ଜିଲ୍ଲା ଅଡ଼ବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ସୂଚନା ପ୍ରକାରେ, ଗତ ୨୦୦୮ ରୁ ପ୍ରଫୁଲ୍ଲ ପୁଲିସର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ଥିଲା । ସେ ଗତ ୨୦୦୮ରୁ ୨୦୧୦ ମଧ୍ୟରେ ମାଓ ସଂଗଠନରେ ସାମିଲ ରହି ବିଭିନ୍ନ ହିଂସାକାଣ୍ଡରେ ଜଡ଼ିତ ଥିଲେ । ତାଙ୍କ ବିରୋଧରେ ଅଡ଼ବା ଥାନାରେ ଗତ ୨୦୦୮-୨୦୧୦ ମଧ୍ୟରେ ୭ ଗୋଟି ମାମଲା ଯଥା ରାଷ୍ଟ୍ରଦ୍ରୋହ, ହିଂସାକାଣ୍ଡ, ରାସ୍ତା ଅବରୋଧ, ସର୍ବସାଧାରଣ ରାସ୍ତାକୁ ନଷ୍ଟ କରିବା ଆଦି ବିଭିନ୍ନ ସଂଗୀନ ମାମଲା ରହିଥିଲା । ୨୦୦୮ରୁ ପୁଲିସ ପ୍ରଫୁଲ୍ଲକୁ ଧରିବା ପାଇଁ ବହୁ ଚେଷ୍ଟା କରି ଆସୁଥିଲା । ଗତ ୩ ଦିନ ତଳେ ପ୍ରଫୁଲ୍ଲ ନିଜ ଗ୍ରାମରେ ରହିଥିବା ନେଇ ଅଡ଼ବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । କୌଶଳକ୍ରମେ ପ୍ରଫୁଲ୍ଲ ରହୁଥିବା ନିଜ ଗ୍ରାମ ଡେକାପଙ୍କା ଗ୍ରାମରେ ପହଞ୍ଚି ଅତର୍କିତ ଚଢ଼ଉ କରି ତାକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପ୍ରଫୁଲ୍ଲଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅଡବା ଥାନା ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking