27.1 C
Bhubaneswar
Thursday, April 25, 2024
Homeଓଡିଶାଆକ୍ଟିଭା ଉପରକୁ ମାଡ଼ିଗଲା କାର: ଭାଇ ମୃତ, ଭଉଣୀ ଗୁରୁତର

ଆକ୍ଟିଭା ଉପରକୁ ମାଡ଼ିଗଲା କାର: ଭାଇ ମୃତ, ଭଉଣୀ ଗୁରୁତର

ଚାନ୍ଦୋଳ: ଡେରାବିଶ ବ୍ଲକ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଚାନ୍ଦୋଳ ବଜାରରେ ଗତକାଲି ରାତିରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ପ୍ରକାଶ ଯେ, ଡେରାବିଶ ବ୍ଲକ ରତାଦିଆ ଖଣ୍ଡସାହି ପଞ୍ଚାୟତ ଅନୁଆପଡ଼ା ଗ୍ରାମର ରଞ୍ଜନ କୁମାର ଭଦ୍ରଙ୍କ ପରିବାର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କେରିଲୋ ପଞ୍ଚାୟତ କେରିଲୋ ଗ୍ରାମରେ ଶ୍ୱଶୁର ଘରେ ରହିଆସୁଥିଲେ । ଗତକାଲି ରଞ୍ଜନଙ୍କ ପୁଅ ବିଭୁପ୍ରସାଦ (୨୨) ଓ ଝିଅ ହରପ୍ରିୟା (୨୦) ଏକ ଆକ୍ଟିଭାରେ କେନ୍ଦ୍ରାପଡ଼ା ସ୍ଥିତ ବଳଦେବଜୀଉଙ୍କ ମନ୍ଦିରକୁ ଠାକୁରଙ୍କ ଦର୍ଶନ ଓ ଝୁଲଣ ଯାତ୍ରା ଦେଖି ରାତିରେ ଘରକୁ ଫେରୁଥିଲେ ।

ଚାନ୍ଦୋଳ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର ଆକ୍ଟିଭା ଉପରକୁ ମାଡ଼ିଯିବାରୁ ବିଭୁପ୍ରସାଦ ଓ ହରପ୍ରିୟା ଗୁରୁତର ହୋଇପଡ଼ିଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ପାଣିଗ୍ରାହୀ ପହଞ୍ଚି ବିଭୁପ୍ରସାଦ ଓ ହରପ୍ରିୟାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଗାଡ଼ି ଦୁଇଟିକୁ ଜବତ କରିଥିଲେ । ନିଶ୍ଚିନ୍ତକୋଇଲିଠାରେ ଡାକ୍ତର ବିଭୁପ୍ରସାଦକୁ ମୃତ ଘୋଷଣ କରିଥିଲେ । ପରେ ଗୁରୁତର ହରପ୍ରିୟାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ମୃତ ବିଭୁପ୍ରସାଦ ଇଞ୍ଜିନିୟରିଂ ପାଠ ଶେଷ କରି ଚାକିରି ଅନ୍ୱେଷଣରେ ଥିବା ବେଳେ ହରପ୍ରିୟା ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି । ସୂଚନାଯୋଗ୍ୟ ବିଭୁପ୍ରସାଦ ରଞ୍ଜନଙ୍କ ଏକମାତ୍ର ପୁତ୍ର ଅଟନ୍ତି । ଏ ସମ୍ପର୍କରେ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking