32.1 C
Bhubaneswar
Saturday, May 4, 2024
Homeଅପରାଧସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ଚେନ୍ନାଇ: ବ୍ରସ୍ କରିବା ପୂର୍ବରୁ ଛୁଆକୁ ଚୁମ୍ବନ କରିବାକୁ ବାରଣ କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ତାମିଲନାଡୁ କୋଏମ୍ବାଟୁରରେ ଘଟିଛି ଏପରି ଘଟଣା । ପାଲାକ୍କାଡର କରକୁରୁସି ସ୍ଥିତ ବାସଭବନରେ ଦୀପିକା(୨୮) ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଅବିନାଶ(୩୦) ହତ୍ୟା କରିଥିବା ଜଣାପଡିଛି । ଅବିନାଶ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ଦୀପିକାଙ୍କୁ ବିବାହ କରିଥିଲେ ।

ଦାନ୍ତ ଘଷିବା ପୂର୍ବରୁ ଦୀପିକା ଅବିନାଶଙ୍କୁ ଦେଢ ବର୍ଷର ପୁଅକୁ ଚୁମ୍ବନ ଦେବାରେ ଅଟକାଇଥିଲେ । ଏଥିରେ ଅବିନାଶ ରାଗିଯାଇ ଦୀପିକାଙ୍କୁ ଏକ ଛୁରୀରେ ଆକ୍ରମଣ କରି ବେକ ଓ ମୁଣ୍ଡରେ ଗଭୀର ଆଘାତ ଦେଇଥିଲା । ପଡୋଶୀ ଦୀପିକାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏୟାରଫୋର୍ସ ସିଭିଲ୍ କଣ୍ଟ୍ରାକ୍ଟିଂ କମ୍ପାନୀରେ ସହାୟକ ସୁପରଭାଇଜର ଭାବରେ କାର୍ଯ୍ୟରତ ଥିଲେ ଅବିନାଶ । ମାତ୍ର ଦୁଇମାସ ପୂର୍ବରୁ ସେ ପରିବାର ସହିତ କରକୁରୁସିକୁ ଆସିଥିଲେ । ସେପଟେ ଅବିନାଶ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବାପରେ ୨୦୧୯ ରେ ଦୀପିକାଙ୍କୁ ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କ ଘର ଓଡିଶାରେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking