27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆସାମରେ ବନ୍ୟା ଦୁର୍ଦ୍ଦଶା, ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି

ଆସାମରେ ବନ୍ୟା ଦୁର୍ଦ୍ଦଶା, ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି

ଗୌହାଟୀ: ଆସାମରେ ବର୍ଷା କମିଛି କିନ୍ତୁ ଥମିନି ବନ୍ୟା ଦୁର୍ଦ୍ଦଶା । ଗତ ୨୪ ଘଣ୍ଟା ମଧ୍ୟରେ ୮ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି ହୋଇଛି । ବନ୍ୟାରେ ୧୪୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭୂସ୍ଖଳନରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ବି ରାଜ୍ୟର ୨୫ଟି ଜିଲ୍ଲାରେ ୨,୬୦୮ ଗାଁର ପ୍ରାୟ ୩୦ ଲକ୍ଷ ଲୋକ ବନ୍ୟା ପ୍ରଭାବିତ ଅଛନ୍ତି ।

ରାଜ୍ୟ ପରିଚାଳନା ବିପର୍ଯ୍ୟୟ ପ୍ରାଧିକରଣ ତରଫରୁ ଏନେଇ ସୂଚନା ପ୍ରଦାନ କରାଯାଇଛି । କାଚର ଜିଲ୍ଲାରେ ସର୍ବାଧିକ ୧୪.୩୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ନାଗାଓଁରେ ପ୍ରାୟ ୫.୨୦ ଲକ୍ଷ ପ୍ରଭାବିତ ହେଉଛନ୍ତି ଏବଂ ବାରପେଟାରେ ଚାରି ଲକ୍ଷରୁ ଅଧିକ ଲୋକ ଏବେ ବି ପାଣି ଘେରରେ ରହିଛନ୍ତି । ପ୍ରାୟ ୨୨ଟି ଜିଲ୍ଲାର ବନ୍ୟା ପ୍ରଭାବିତଙ୍କ ପାଇଁ ୫୫୧ ରିଲିଫ୍ କ୍ୟାମ୍ପରେ ରହିଥିବା ବେଳେ ୩.୦୫ ଲକ୍ଷରୁ ଅଧିକ ଲୋକ ଏବେ ବି ଅସୁବିଧାରେ ରହିଛନ୍ତି । ୮୦,୩୪୬ ହେକ୍ଟରରୁ ଅଧିକ କୃଷି ଜମି ବନ୍ୟା ଜଳ ଦ୍ୱାରା ପ୍ରଭାବିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking