26.1 C
Bhubaneswar
Tuesday, May 7, 2024
Homeଅପରାଧସ୍ତ୍ରୀକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ

ସ୍ତ୍ରୀକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ଭରତବାହାଲ ଗ୍ରାମରେ ଏକ ବଡ଼ ଅଘଟଣ ଘଟିଛି। ସ୍ତ୍ରୀକୁ ହତ୍ୟା କରିଥିବା ସ୍ବାମୀ ଲରମ୍ଭା ଥାନାରେ ଅଟକ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଭରତବାହାଲ ଗ୍ରାମର ପୁରନ୍ଦର ନାଏକ ଓରଫ ପଞ୍ଚୁ (୨୫) ଓ ତାଙ୍କ ପତ୍ନୀ ଅମ୍ବିକା ଓରଫ ମୀନା(୨୨)ଙ୍କ ମଧ୍ୟରେ ବିଳମ୍ବିତ ରାତିରେ ବଚସା ହୋଇଥିଲା।

ବଚସା କ୍ରମେ ଉଗ୍ର ରୂପ ଧାରଣ କରିଥିଲା। ଏଥିରେ ସ୍ବାମୀ ପୁରନ୍ଦର ଉତକ୍ଷିପ୍ତ ହୋଇ ଏକ କୁରାଢ଼ିରେ ନିଜ ସ୍ତ୍ରୀର ମୁଣ୍ଡରେ ପ୍ରହାର କରିଥିଲେ। ଏଥିରେ ସ୍ତ୍ରୀ ଅମ୍ବିକା ଓରଫ ମୀନାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ସ୍ବାମୀ ପୁରନ୍ଦର ଲରମ୍ଭା ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ପୁଲିସ ପୁରନ୍ଦରଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking