33.1 C
Bhubaneswar
Saturday, April 27, 2024
Homeଓଡିଶାବଢୁଛି ହୀରାକୁଦ ଜଳସ୍ତର

ବଢୁଛି ହୀରାକୁଦ ଜଳସ୍ତର

ସମ୍ବଲପୁର : ସକାଳ ୯ ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୦.୧୨ ଫୁଟ । ଜଳ ଭଣ୍ଡାରରୁ ଅଧିକ ଜଳ ପ୍ରବେଶ କରୁଥିବାରୁ ଜଳସ୍ତର ବଢୁଛି । ଡ୍ୟାମ କୁ ପ୍ରବେଶ କରୁଛି ୮ ଲକ୍ଷ ୬୬ ହଜାର ୬୪୫ କ୍ୟୁସେକ ଜଳ । ଜଳ ଭଣ୍ଡାରରୁ ୫ ଲକ୍ଷ ୭୧ ହଜାର ୫୫୦ କ୍ୟୁସେକ ନିଷ୍କାସନ । ଅନ୍ୟପଟେ ମହାନଦୀର ଜଳସ୍ତର ବଢିବାରୁ ବାଙ୍କୀ ଅଞ୍ଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ବାଙ୍କୀର ଗୟଳବାଙ୍କ ଅଞ୍ଚଳରେ ନଦୀର ପୁରୁଣା ବନ୍ଧରେ ଘାଇ ସୃଷ୍ଟି ହୋଇଛି । ଫଳରେ ଚାଷୀଙ୍କ ହଜାର ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହେବା ସହ ଗୟଳବାଙ୍କ ଗାଁରେ ବନ୍ୟାଜଳ ପ୍ରବେଶ କରିବା ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ମହାନଦୀରେ ବନ୍ୟା ଆସିବାରୁ ବାଙ୍କୀର କଇଁମୁଣ୍ଡି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ରାସ୍ତା ଉପରେ ପ୍ରାୟ ୮ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେବାରୁ ଗାଁ ଭିତରୁ ଲୋକେ ବାହାରକୁ ଆସିପାରୁ ନାହାଁନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking