28.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ବାଇଡେନ

ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ବାଇଡେନ

ୱାଶିଂଟନ: ଆଜି ୭୬ ତମ ସ୍ବାଧୀନତା ଦିବସ ପାଳନ କରୁଛି ଭାରତ । ଦିଲ୍ଲୀରୁ ପଲ୍ଲୀ ସବୁଠି ଫର ଫର ଉଡୁଛି ଜାତୀୟ ପତାକା । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକାର ୪୦ ଲକ୍ଷ ଭାରତୀୟ ବଂଶୋଦ୍ଭବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଇଡେନ । ଶୁଭେଚ୍ଛା ଜଣାଇ ବାଇଡେନ ମହାତ୍ମା ଗାନ୍ଧିଙ୍କ ସତ୍ୟ, ଅହିଂସା ସଂଗ୍ରାମ କଥା ମନେ ପକାଇଛନ୍ତି । ସେ କହିଛନ୍ତି, ”ଭାରତ-ଆମେରିକୀୟ ସମ୍ପ୍ରଦାୟ ପାଇଁ ଆମେରିକା ଆଜି ଶକ୍ତିଶାଳୀ । ଆମେରିକାର ୪୦ ଲକ୍ଷ ଭାରତୀୟ ବଂଶୋଦ୍ଭବଙ୍କୁ ମୋର ଶୁଭେଚ୍ଛା । ଆଗାମୀ ଦିନରେ ଭାରତ ସହ ବନ୍ଧୁତା ଆହୁରି ଦୃଢ଼ୀଭୂତ ହେବ।” ୭୬ ତମ ସ୍ବାଧୀନତା ଦିବସ ଅବସରରେ ଉତ୍ସବ ମୁଖର ଦିଲ୍ଲୀରୁ ପଲ୍ଲୀ । ଫର ଫର ହୋଇ ଉଠିଛି ଜାତିର ମାନ ଅଭିମାନ ପ୍ରତୀକ ଜାତୀୟ ପତାକା ତ୍ରିରଙ୍ଗା ପତାକା । ଦିଲ୍ଲୀର ଲାଲକିଲ୍ଲୀରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking