34.1 C
Bhubaneswar
Saturday, April 27, 2024
Homeଓଡିଶାସରିଲା ସରକାରଙ୍କ ପୂଜା କମିଟି ବୈଠକ : ଦୁଇ ଦିନ ଭିତରେ ନିଷ୍ପତ୍ତି

ସରିଲା ସରକାରଙ୍କ ପୂଜା କମିଟି ବୈଠକ : ଦୁଇ ଦିନ ଭିତରେ ନିଷ୍ପତ୍ତି

ଭୁବନେଶ୍ୱର : ମୂତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ଲୋକସେବା ଭବନରେ ବୈଠକ ବସିଥିଲା । ମୂର୍ତ୍ତି ଉଚ୍ଚତା ଓ ଆବଦ୍ଧ ପୂଜାକୁ ନେଇ ବସିଥିବା ବୈଠକ ଶେଷ ହୋଇଛି । ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀଙ୍କ ପ୍ରତିକ୍ରିୟା । ମୂର୍ତ୍ତି ଉଚ୍ଚତା ନେଇ ୨ଦିନ ଭିତରେ ରାଜ୍ୟ ସରକାର ନିଷ୍ପତି ନେବେ । ଆବଦ୍ଧ ପୂଜାକୁ ନେଇ ପରିସ୍ଥିତି ଅନୁସାରେ ନିଷ୍ପତି ନେବେ ସରକାର । ଦୂର୍ଗାପୂଜା ଆଉ ମାସେ ଅଛି, ସେତେବେଳର ସ୍ଥିତି ଅନୁସାରେ ନିଷ୍ପତି ନିଆଯିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ ।

କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କୁ ମିଟିଂ ପାଇଁ ଆମନ୍ତ୍ରଣ କରାଯାଇଥିଲା। ମୁଖ୍ୟ ଶାସନ ସଚିବ ଓ ଏସ୍‌ଆର୍‌ସିଙ୍କ ସହ ବୈଠକ ପାଇଁ ଡାକରା ଦିଆଯାଇଥିଲା । ମୂର୍ତ୍ତିର ଉଚ୍ଚତା ଓ ଆବଦ୍ଧ ପୂଜାକୁ ନେଇ ଲାଗି ରହିଛି ବିବାଦ। ଏମିତିକି ରାଜ୍ୟ ସରକାରଙ୍କ ପାର୍ବଣ କଟକଣାକୁ ବିରୋଧ କରିଥିଲା କଟକ ନଗର ବିଜେପି। ରାଜ୍ୟରେ ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ ଓ ପ୍ରେକ୍ଷାଳାୟ ଖୋଲିଥିବା ବେଳେ କେଉଁ ଆଧାରରେ ପାର୍ବଣ ଉପରେ କଟକଣା ଲଗା ଯାଉଛି ? ସରକାରଙ୍କ ଏପରି ଅଜବ କଟକଣା ପ୍ରତିବାଦରେ ସେପ୍ଟେମ୍ୱର ୧୩ ତାରିଖରେ କଟକ ସହର ବନ୍ଦ ଡାକରା ଦେଇଛି ବିଜେପି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking