29.1 C
Bhubaneswar
Thursday, May 9, 2024
Homeଅପରାଧସାଉଦି ଫେରନ୍ତାଙ୍କ ନିକଟରୁ ୭୭ଟି ସୁନା ବିସ୍କୁଟ ଜବତ

ସାଉଦି ଫେରନ୍ତାଙ୍କ ନିକଟରୁ ୭୭ଟି ସୁନା ବିସ୍କୁଟ ଜବତ

ନୂଆଦିଲ୍ଲୀ : ସାଉଦି ଆରବରୁ ଫେରୁଥିବା ଜଣେ ଯାତ୍ରୀଙ୍କ ନିକଟରୁ ୯ କିଲୋଗ୍ରାମ ସୁନା ବିସ୍କୁଟ ଜବତ କରାଯାଇଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀମାନେ ଏହି ସୁନା ବିସ୍କୁଟଗୁଡିକ ଜବତ କରିବାରେ ସଫଳ ହୋଇଥିଲେ। ଜଣାଯାଇଛି ଯେ ସାଉଦି ଆରବରୁ ଫେରିଥିବା ଦୁଇଜଣ ଯାତ୍ରୀଙ୍କ ନିକଟରେ ସୁନା ବିସ୍କୁଟ ରହିଥିବା ନେଇ ରାଜସ୍ୱ ଗୁଇନ୍ଦା ଅଧିକାରୀଙ୍କୁ ସୂଚନା ମିଳିଥିଲା। ସେମାନେ ସାଉଦିରୁ ଆସି ଲକ୍ଷ୍ନୌ ସ୍ଥିତ ଚୋଧରୀ ଚରଣ ସିଂହ ବିମାନ ବନ୍ଦରରେ ଅବତରଣ କରିଥିଲେ। ସେଠାରୁ ଯାତ୍ରୀ ଦୁଇଜଣ ଆଗ୍ରା-ଲକ୍ଷ୍ନୌ ତ୍ୱରିତ ରାଜପଥରେ ଯାଉଥିବାବେଳେ ଡିଆରଆଇ ଅଧିକାରୀମାନେ ସେମାନଙ୍କର ପିଛା କରିଥିଲେ। ସେମାନେ ଥିବା କାର ଦ୍ରୁତଗତିରେ ଯାଉଥିବାବେଳେ ଡିଆରଆଇ ଅଧିକାରୀ ସେମାନଙ୍କୁ ଗୋଡାଇଥିଲେ। ଶେଷରେ ସେମାନେ ଉକ୍ତ ଦୁଇ ଯାତ୍ରୀ ଥିବା କାରକୁ ଅଟକାଇବାରେ ସଫଳ ହୋଇଥିଲେ। ସେଥିରେ ସେହି ଦୁଇଜଣଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। ସେମାନଙ୍କ ନିକଟରୁ ୭୭ଟି ସୁନା ବିସ୍କଟ ଜବତ ହୋଇଥିଲା। ବିସ୍କୁଟଗୁଡିକୁ ସେମାନଙ୍କ ପୋଷାକ ଭିତରପଟେ କରାଯାଇଥିବା ପକେଟ ଏବଂ ବେଲ୍‍ଟରେ ଲୁଚାଇ ରଖାଯାଇଥିଲା। ଚାରିଜଣଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking