29.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗବାହାଘର ନେଇ କରୋନା କଟକଣା କୋହଳ କଲେ ସରକାର

ବାହାଘର ନେଇ କରୋନା କଟକଣା କୋହଳ କଲେ ସରକାର

ଭୁବନେଶ୍ୱର,(ଓଏନଏ): ବାହାଘର ନେଇ କରୋନା କଟକଣାରେ କୋହଳ କରିଛନ୍ତି ରାଜ୍ୟ ସରକାର । ବାହାଘର ପ୍ରସେସନକୁ ଅନୁମତି ପ୍ରଦାନ କରିଛନ୍ତି ସରକାର । ବର, କନ୍ୟା, ବ୍ରାହ୍ମଣ, ସଂପର୍କୀୟ ଏବେ ପ୍ରସେସନରେ ବାଜା, ରୋଷଣୀ ସହ ଯାଇପାରିବେ । ତେବେ କୋଭିଡ ନିୟମ ଅନୁଯାୟୀ ପ୍ରସେସନରେ ସାମାଜିକ ଦୂରତା ନିୟମ ପାଳନ କରିବେ । ସମାବେଶ ନେଇ ପୂର୍ବ ନିର୍ଦ୍ଦେଶନାମା ଜାରି ରହିବ । ଏନେଇ ସବୁ ଜିଲ୍ଲାପାଳ, ଏସପି, ମ୍ୟୁନିସପାଲ କମିଶନରକଙ୍କୁ ଚିଠି କରାଯାଇଛି । ଦୈତନଗର ପୋଲିସ କମିଶନରଙ୍କୁ ଏସଆରସି ଚିଠି କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ ସାଧାରଣ ଜନତାଙ୍କ ମଧ୍ୟରେ ଖୁସି ଓ ଆନନ୍ଦର ଲହରୀ ଖେଳିଯାଇଛି । କାରଣ ଦୀର୍ଘ ୯ ମାସ ଧରି କରୋନା ସବୁଥିରେ ବେଡି ପକାଇ ଦେଇଥିଲା । ସମସ୍ତ ପ୍ରକାର ଧାର୍ମିକ କାର୍ଯ୍ୟକ୍ରମଠୁ ଆରମ୍ଭ କରି ବାହାଘର, ବ୍ରତଘର, ବାଜା, ରୋଷଣୀ ପ୍ରସେସନ ସବୁକିଛି ଏହି କରୋନା ପାଇଁ ବନ୍ଦ ରହିଥିଲା । ମାତ୍ର ଆଜି ଏହି ଘୋଷଣା ହେବା ପରେ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking