31.1 C
Bhubaneswar
Tuesday, May 7, 2024
Homeଓଡିଶାଆଜିଠାରୁ ଫାଓ ଆନ୍ତଃକ୍ଲବ୍ ଫୁଟସାଲ୍ ଚାମ୍ପିଅନ୍‌ଶିପ୍

ଆଜିଠାରୁ ଫାଓ ଆନ୍ତଃକ୍ଲବ୍ ଫୁଟସାଲ୍ ଚାମ୍ପିଅନ୍‌ଶିପ୍

କଟକ: ଓଡ଼ିଶା ଫୁଟବଲ୍ ସଂଘ (ଫାଓ) ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ମିଳିତ ଭାବେ ଆଜିଠାରୁ କିଟ୍ ୟୁନିଭରସିଟିଠାରେ ଫାଓ ଆନ୍ତଃକ୍ଲବ୍ ଫୁଟସାଲ୍ ଚାମ୍ପିଅନ୍‌ଶିପ୍ ଆରମ୍ଭ ହେବ । ମଧ୍ୟାହ୍ନ ୧ଟା ବେଳେ ଅନୁଷ୍ଠିତ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା ମୁଖ୍ୟ ଅତିଥି ଓ କିଟ୍‌-କିସ୍‌ର କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ଯେହେତୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଫୁଟସାଲ୍ ପ୍ରତିଯୋଗିତା ଆୟୋଜିତ ହେଉଛି, ସେଥିସକାଶେ କ୍ଲବ୍‌ଗୁଡ଼ିକୁ ଏନେଇ ବିଭିନ୍ନ ନିୟମ ସମ୍ପର୍କରେ ଅବଗତ କରାଯିବା ସକାଶେ ଫାଓର ସ୍ୱୀକୃତିପ୍ରାପ୍ତ ରେଫରୀଙ୍କ ମୁଖ୍ୟ ଦୁର୍ଗା ମାଧବ ନାଏକ ସମ୍ୟକ୍ ସୂଚନା ଦେଇଛନ୍ତି ।

ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଏଆଇଏଫ୍‌ଏଫ୍ ଫୁଟସାଲ୍ ଆଇନ ଅନୁସରଣ କରାଯିବ । ଏହି ଟୁର୍ଣ୍ଣାମେଣ୍ଟ୍ ସକାଶେ ସୋମବାର ଭାଗ ନେଉଥିବା ଦଳଗୁଡ଼ିକ ସକାଶେ ଜର୍ସି ଉନ୍ମୋଚିତ ହୋଇଛି । ଏହି ପ୍ରତିଯୋଗିତାରେ ସର୍ବମୋଟ ୧୨ଟି କ୍ଲବ୍ ଭାଗନେବେ ଓ ସେମାନଙ୍କୁ ୩ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି । ଗ୍ରୁପ୍‌-ଏ’ରେ ମଙ୍ଗଳା କ୍ଲବ୍‌, କିଟ୍ ୟୁନିଭର୍ସିଟି, କଳିଙ୍ଗ ନଗର ସ୍ପୋର୍ଟ୍ସ ଏକାଡେମୀ, ଯାଜପୁର ଓ ବିଛାଖଣ୍ଡି କ୍ଲବ୍‌, କେଉଁଝର, ଗ୍ରୁପ୍‌-ବି’ରେ ବିଡ଼ାନାସୀ କ୍ଲବ୍‌, କିଶୋର କ୍ଲବ୍‌, ସ୍ପୋର୍ଟ୍ସ ହଷ୍ଟେଲ୍ ଓ ରଜନୀକାନ୍ତ ଆସୋସିଏସନ୍‌, କେନ୍ଦ୍ରାପଡ଼ା ଏବଂ ଗ୍ରୁପ୍‌-ସି’ରେ ରାଇଜିଂ ଷ୍ଟୁଡେଣ୍ଟ୍ କ୍ଲବ୍‌, ୟୁନିଟ୍‌-୬ ଆଥଲେଟିକ୍ ଆସୋସିଏସନ୍‌, ଶ୍ରୀ ନୀଳଚକ୍ର ସ୍ପୋର୍ଟ୍ସ କ୍ଲବ୍‌, ପୁରୀ ଓ ସୋନପୁରର ରରାଧେନୁ କ୍ଲବ୍ ରହିଛନ୍ତି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବା ପରେ ସୁପର୍ ଲିଗ୍ ରାଉଣ୍ଡ୍ ଅକ୍ଟୋବର ୧ ତାରିଖରେ ଖେଳାଯିବ । ଏଥିରେ ପ୍ରଥମ ମ୍ୟାଚ୍‌ରେ ଗ୍ରୁପ୍‌-ଏ’ର ବିଜେତାକୁ ଗ୍ରୁପ୍‌-ବି’ର ବିଜେତା, ଦ୍ୱିତୀୟ ମ୍ୟାଚ୍‌ରେ ଗ୍ରୁପ-ଏ’ର ବିଜେତା ଗ୍ରୁପ୍‌-ସି’କୁ ଏବଂ ତୃତୀୟ ମ୍ୟାଚ୍‌ରେ ଗ୍ରୁପ୍‌-ବି’ର ବିଜେତାକୁ ଗ୍ରୁପ୍‌-ସି’ର ବିଜେତା ଭେଟିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking