31.1 C
Bhubaneswar
Wednesday, May 29, 2024
Homeଓଡିଶାପ୍ରକାଶପାଇଲା +୨ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା

ପ୍ରକାଶପାଇଲା +୨ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର: ପ୍ରକାଶପାଇଛି +୨ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା । ଏଥିରେ ୨୮ ହଜାର ୮୪୪ ଜଣ ଛାତ୍ର ଓ ୨୫ ହଜାର ୭୮୭ ଛାତ୍ରୀଙ୍କ ସମେତ ୨ ଜଣ ତୃତୀୟ ଲିଙ୍ଗୀ ମନୋନୀତ ହୋଇଛନ୍ତି । ସେଥିରୁ କଳାରେ ୪୦ ହଜାର ୮୭୧ , ବାଣିଜ୍ୟରେ ୨ ହଜାର ୬୪୪, ବିଜ୍ଞାନରେ ୧୦ ହଜାର ୩୮୨, ସଂସ୍କୃତିରେ ୨୬୯, ଧନ୍ଦାମୂଳକ ଶିକ୍ଷାରେ ୪୬୭ ଜଣ ମନୋନୀତ ହୋଇଛନ୍ତି । ବିଜ୍ଞାନ, କଳା ଓ ବାଣିଜ୍ୟରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ସବୁଠାରୁ ଆଗରେ ରହିଛି । ଏଠାରେ ସାଧାରଣ ବର୍ଗ କଟ୍ ଅଫ୍ ମାର୍କରେ କଳାରେ ୭୬.୫, ବିଜ୍ଞାନରେ ୯୦ ପ୍ରତିଶତ, ବାଣିଜ୍ୟରେ ୮୦ ପ୍ରତିଶତ ରହିଛି । ଦ୍ୱିତୀୟରେ ଅଛି ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ । ଏଠାରେ କଳାରେ ରହିଛି ୭୬.୪ ପ୍ରତିଶତ । ସେହିଭଳି ତୃତୀୟରେ ଭଦ୍ରକ ଉଚ୍ଚ ମାଧ୍ୟମିକ ସ୍କୁଲ ୭୩.୧୭ । ୮୮.୩୩ ପ୍ରତିଶତ ସହ ବିଜ୍ଞାନରେ ଦ୍ୱିତୀୟରେ ରହିଛି ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ । ତୃତୀୟରେ ରହିଛି ଉପେନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ସ୍କୁଲ୍ ସୋର । ଏହାର କଟ୍ ଅଫ୍ ମାର୍କ ହେଉଛି ୮୬.୩୩ । ସେହିଭଳି ୭୯.୫ ପ୍ରତିଶତ ସହ ବାଣିଜ୍ୟରେ ଦ୍ୱିତୀୟରେ ରହିଛି ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ । ତୃତୀୟରେ ଶୈଳବାଳା ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ରହିଥିବା ବେଳେ କଟ୍ ଅଫ୍ ହେଉଛି ୭୫.୫ ପ୍ରତିଶତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking