28.1 C
Bhubaneswar
Saturday, April 27, 2024
Homeଓଡିଶାଆଖି ତଳ କଳା ପଡୁଥିଲେ..

ଆଖି ତଳ କଳା ପଡୁଥିଲେ..

ଭୁବନେଶ୍ୱର : କେବଳ ମହିଳା ନୁହଁନ୍ତି ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ଆଖି ତଳ କଳା ଦାଗ ପଡିବା ତଥା ଡାର୍କ ସର୍କଲ ସମସ୍ୟା ଦେଖିବାକୁ ମିଳିଥାଏ । ଏହି ସମସ୍ୟା ଖାସ୍ କରି ଅଧିକ ସ୍କ୍ରିନ ଦେଖିବା, କମ ଶୋଇବା, ଚିନ୍ତାଗ୍ରସ୍ତ ରହିବା , ଥକାପଣ, ସଠିକ ଡାଇଟ ନନେବା, କମଜୋର, ଏବଂ ଅନ୍ୟ କାରଣ ପାଇଁ ମଧ୍ୟ ହୋଇପାରେ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆସନ୍ତୁ ଜାଣିବା କିଛି ଉପାୟ ବିଷୟରେ..

ତ୍ୱଚା ପାଇଁ ଫାଇଦା ଗୋଲାପ ଜଳ । ଏହା ଥଣ୍ଡା ହୋଇଥାଏ । ଯାହାଦ୍ୱାର ଆପଣଙ୍କ ଆଖିକୁ ଥଣ୍ଡା ପହଁଚିଥାଏ । ଗୋଲାପ ଜଳରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଗୁଣ ତ୍ୱଚାର କଣିକା ଗୁଡିକୁ ରିପାୟାର କରିଥାଏ । ଯାହାଦ୍ୱାରା ଆପଣଙ୍କ ତ୍ୱଚା ପୂନର୍ବାର ସଚେତ ଦେଖାଯାଏ । ଆଖି ତଳୁ କଳା ଦାଗ ହଟେଇବା ପାଇଁ ଆପଣ ତୁଳାରେ ଗୋଲାପ ଜଳ ଲଗାଇ କଳାଦାଗ ଥିବା ସ୍ଥାନ ପୋଛନ୍ତୁ । ପାଖାପଖି ୧୫ ରୁ ୨୦ ମିନିଟ୍ ରଖିବା ପରେ ଥଣ୍ଡା ପାଣିରେ ତ୍ୱଚା ଧୋଇ ନିଅନ୍ତୁ । ଏଭଳି କିଛି ଦିନ କରିବା ପରେ ଆପଣ ଏଥିରେ ଫରକ ଦେଖିପାରିବେ ।

ଏରୀର ପାଇଁ ଉପଯୋଗୀ କାକୁଡି । ଏହାସହିତ ତ୍ୱଚା ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା କରିଥାଏ କାକୁଡି । ଡାର୍କ ସର୍କଲ ସମସ୍ୟାରୁ ରକ୍ଷା ପାଇବା ପାଇଁ ହେଲେ କାକୁଡିକୁ ଗୋଲ ଗୋଲ କରି କାଟି ନିଅନ୍ତୁ ଏବଂ ତାକୁ ଫ୍ରିଜରେ ରଖି ଦିଅନ୍ତୁ । ଏହାପରେ ତାକୁ ଫ୍ରିଜରୁ ବାହାର କରି ଆଖି ଉପରେ ୧୦ ମିନିଟ୍ ପାଇଁ ରଖିଦିଅନ୍ତୁ । ଏହାପରେ ପାଣିରେ ଆଖିକୁ ଧୋଇ ଦିଅନ୍ତୁ । ଏଭଳି ନିୟମିତ କରିବା ଦ୍ୱାରା କଳା ଦାଗ ଦୂର ହୋଇପାରିବ ।

ଆଖି ତଳ କଳା ଦାଗ ଦୂର କରିବାରେ ଟମାଟର ସହାୟକ ହୋଇପାରିବ । ଏଥିରେ ଲାଇକୋପିନ୍ ଥାଏ, ଏହା ଏକ ପ୍ରକାରର ଫାଇଟୋକେମିକାଲ । ଯାହା ତ୍ୱଚା ପାଇଁ ଖୁବ୍ ଫାଇଦା । ଆଖି ତଳ କଳା ଦାଗ ଦୂର କରିବା ପାଇଁ ଦୁଇ ଚାମଚ ଟମାଟର ରସରେ ସାମାନ୍ୟ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଏହାପରେ ସେହି ରସକୁ କଳା ଦାଗ ଥିବା ସ୍ଥାନରେ ଲଗାନ୍ତୁ । ପାଖାପାଖି ୧୦ ମିନିଟ୍ ପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking