29.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଜିଏସ୍‌ଟି କ୍ଷତିପୂରଣ ସେସ୍ ଅବଧି ବୃଦ୍ଧି

ଜିଏସ୍‌ଟି କ୍ଷତିପୂରଣ ସେସ୍ ଅବଧି ବୃଦ୍ଧି

ନୂଆଦିଲ୍ଲୀ : କେତେକ ନିର୍ଦିଷ୍ଟ ଦ୍ରବ୍ୟ ଓ ସେବା ଉପରେ ଲାଗୁ ହୋଇଥିବା ଜିଏସ୍‌ଟି କ୍ଷତିପୂରଣ ସେସ୍‌ର ଅବଧିକୁ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ଏକ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଗତ ୨ ବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟକୁ ଜିଏସ୍‌ଟି କ୍ଷତିପୂରଣ ଦେବାକୁ କେନ୍ଦ୍ର ସରକାର ଯେଉଁ ଋଣ କରିଥିଲେ ଏବଂ ବାକିଆ ଥିବା କ୍ଷତିପୂରଣ ଅର୍ଥକୁ ଭରଣା ପାଇଁ କେନ୍ଦ୍ର ଏହି ସେସ୍ ଅବଧିକୁ ବୃଦ୍ଧି କରାଯାଇଛି ବୋଲି କୁହାଯାଇଛି । ଉପଯୋଗ ଭିତ୍ତିକ ଟାକ୍ସ ଉଠିଯିବାରୁ ରାଜ୍ୟମାନଙ୍କ ଉପରେ ଅଧିକ ଆର୍ଥିକ ବୋଝ ପଡ଼ିଥିଲା ।

ତେଣୁ କେନ୍ଦ୍ର ସରକାର ୨୦୨୨ ଜୁନ୍ ୩୦ ସୁଦ୍ଧା ବିଗତ ୫ ବର୍ଷ ମଧ୍ୟରେ ଜିଏସ୍‌ଟି ପରିମାଣ ବାର୍ଷିକ ୧୪ ପ୍ରତିଶତ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଯଦି ଅଭାବ ପଡ଼େ ତେବେ କ୍ଷତିପୂରଣ ସେସ୍‌ରୁ ଭରଣା କରାଯିବ ବୋଲି କେନ୍ଦ୍ର ସରକାର କହିଥିଲେ । ପରେ ଜିଏସ୍‌ଟି କ୍ଷତିପୂରଣ ସେସ୍ ଲାଗୁ କରାଯାଇଥିଲା । ବର୍ତ୍ତମାନ ସେସ୍ ଅବଧି ବୃଦ୍ଧି ପରେ ଗତ ୨ ବର୍ଷ ମଧ୍ୟରେ ହୋଇଥିବା ଋଣ ପରିଶୋଧ ପାଇଁ ସୁବିଧା ହେବ । ଆସନ୍ତା ଜୁଲାଇ ପହିଲାରୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ଆଉ ଜିଏସ୍‌ଟି କ୍ଷତିପୂରଣ ଅର୍ଥ ଦେବେ ନାହିଁ । କେତେକ ରାଜ୍ୟ ଏହି କ୍ଷତିପୂରଣ ଆଉ କିଛି ଦିନ ଦେବାକୁ ଦାବି କରୁଥିଲେ ମଧ୍ୟ କେନ୍ଦ୍ର ସରକାର ତାହାର ସପକ୍ଷରେ ନାହାନ୍ତି । ଆସନ୍ତା ସପ୍ତାହରେ ଚଣ୍ଡିଗଡ଼ରେ ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking