24.1 C
Bhubaneswar
Thursday, May 9, 2024
Homeବ୍ରେକୀଙ୍ଗ୧୦ ଦିନ ସମୟ ନେଲେ ଡିଜିପି

୧୦ ଦିନ ସମୟ ନେଲେ ଡିଜିପି

ଭୁବନେଶ୍ୱର: ଡିଜିପିଙ୍କ ସହ ଆଲୋଚନା ଶେଷ କରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ସଭାପତି ସମୀର ମହାନ୍ତି । ୧୦ ଦିନ ମଧ୍ୟରେ ତଦନ୍ତ ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଡିଜିପି । ଜଣେ ଡିଆଇଜି ର‌୍ୟାଙ୍କର ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯିବ । ତେବେ ଆଲୋଚନା ସକାରାତ୍ମକ ନଥିବା ଅଭିଯୋଗ କରିଛନ୍ତି ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, ଏତଲାରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଜେରା ପାଇଁ ଦାବି କରିଥିଲୁ । ଆମ ଦାବିରେ ଅସହାୟତା ପ୍ରକାଶ କରିଛନ୍ତି ଡିଜିପି । ତେବେ ଆଜି ମାହାଙ୍ଗା ଡବଲ ମର୍ଡର ଏତଲାରେ ଥିବା ସବୁ ଅଭିଯୁକ୍ତଙ୍କୁ ପଚରାଉଚୁରା ଦାବି ନେଇ ଅଡି ବସିଥିଲେ ବିଜେପି ନେତା । ସବୁ ଅଭିଯୁକ୍ତଙ୍କୁ ପଚରାଉଚୁରା ଦାବିରେ ବିଜେପି ନେତା ଅଟଳ ରହିଥିଲେ । ଡିଜିପିଙ୍କ ଚାମ୍ବରରେ ଆଲୋଚନା ବେଳେ ଅଡି ବସିଥିଲେ ବିଜେପି ନେତା । ସବୁ ଅଭିଯୁକ୍ତଙ୍କୁ କେବେ ପଚରାଉଚୁରା କରାଯିବ ଜାଣିବାକୁ ଚାହିଁଥିଲେ ବିଜେପି ନେତା । ଆଲୋଚନା ନେଇ ସୂଚନା ଦେଇଛନ୍ତି ବିଜେପି ନେତା ଟଙ୍କଧର ତ୍ରିପାଠୀ । ବିଜେପି ପ୍ରଶ୍ନରେ ଡିଜିପି ଅସହାୟତା ପ୍ରକାଶ କରିଥିବା ଟଙ୍କଧର ଅଭିଯୋଗ କରିଥିଲେ । ଅନ୍ୟପଟେ ବିଜେପି ଡିଜିପି ଅଫିସ ଘେରାଉ କରିବା ବେଳେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ଡିଜିପିଙ୍କ ଚାମ୍ବରରେ ଆଲୋଚନା ଚାଲିଥିବା ବେଳେ ବାହାରେ ଉତ୍ତେଜନାମୂଳକ ସ୍ଥିତି ଦେଖିବାକୁ ମିଳିଥିଲା । ସେହି ସମୟରେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking