28.1 C
Bhubaneswar
Saturday, April 27, 2024
Homeଓଡିଶାଆସନ୍ତା ୧୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ୧୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବେ । ଏଥିନେଇ ଜିଲ୍ଲା ବିଜେଡ଼ି ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ୧୨ ତାରିଖରେ ୨ଟି ପ୍ରକଳ୍ପ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି । କରଞ୍ଜିଆ ବ୍ଲକ୍‌ର ହାତୀବାରି ଠାରେ ଦେଓ ପ୍ରକଳ୍ପ ଓ ରାସଗୋବିନ୍ଦପୁର ବ୍ଲକ୍‌ର ଟିକପଦା ଠାରେ ସୁବର୍ଣ୍ଣରେଖା ପ୍ରକଳ୍ପ ଲୋକାର୍ପଣ କରିବେ । ଏହି ପ୍ରକଳ୍ପ ନିର୍ମାଣ ପରେ ପରୀକ୍ଷାମୂଳକ ଭାବେ ଉଭୟ ପାଶ୍ୱର୍ ବାମ ଓ ଡାହାଣ କେନାଲ୍‌ରେ ପାଣି ଛଡ଼ାଯିବ । ଏହାଫଳରେ ୧୭ ହଜାରରୁ ଅଧିକ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରସ୍ତୁତିର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking