36.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଶେନ୍ ୱାର୍ଣ୍ଣଙ୍କ ସ୍ମରଣରେ ହେବ ବକ୍ସିଂ ଡେ ଟେଷ୍ଟ୍

ଶେନ୍ ୱାର୍ଣ୍ଣଙ୍କ ସ୍ମରଣରେ ହେବ ବକ୍ସିଂ ଡେ ଟେଷ୍ଟ୍

ମେଲ୍‌ବର୍ଣ୍ଣ :  ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ବକ୍ସିଂ ଡେ ଟେଷ୍ଟ୍ ମହାନ୍ ସ୍ପିନର୍ ସ୍ୱର୍ଗତ ଶେନ୍ ୱାର୍ଣ୍ଣଙ୍କ ସ୍ମରଣରେ  ଖେଳାଯିବ । ଏହା ସହିତ କ୍ରିକେଟ୍ ଅଷ୍ଟ୍ରେଲିଆ ଓ ଶେନ୍ ୱାର୍ଣ୍ଣ ଲିଗାସୀ ମହାନ୍ ସ୍ପିନର୍‌ଙ୍କ ସ୍ମରଣରେ ଟେଷ୍ଟ୍ ମ୍ୟାଚ୍‌ର ପ୍ରାରମ୍ଭିକ ୪ ଦିନ ଫ୍ୟାନ୍‌ମାନଙ୍କ ପାଇଁ ଫ୍ରି ହାର୍ଟ ଟେଷ୍ଟ୍ (ମାଗଣା ହୃଦୟ ପରୀକ୍ଷା)ର ମଧ୍ୟ ଆୟୋଜନ କରିବେ । ମଙ୍ଗଳବାର କ୍ରିକେଟ୍ ଅଷ୍ଟ୍ରେଲିଆ ନିଜ ୱେବ୍‌ସାଇଟ୍‌ରେ ଏହି ସୂଚନା ଦେଇଛି ।

ଚଳିତ ବର୍ଷର ବକ୍ସିଂ ଡେ ଟେଷ୍ଟ୍ ମ୍ୟାଚ୍ ଡିସେମ୍ବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ମେଲ୍‌ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍‌ରେ ଖେଳାଯିବ । ଅଷ୍ଟ୍ରେଲିଆର ମହାନ୍ ସ୍ପିନର୍ ୱାର୍ଣ୍ଣଙ୍କର ୨୦୨୨ ମାର୍ଚ୍ଚରେ ହାର୍ଟ ଆଟାକ୍‌ରେ ନିଧନ ହୋଇଥିଲା । ସେତେବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ ହୋଇଥିଲା । ଫ୍ରି ହାର୍ଟ ଟେଷ୍ଟ୍ ପାଇଁ ମେଲ୍‌ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ (ଏମ୍‌ସିଜି) ଏବଂ ଆଖପାଖରେ ୨୩ ମେଡିକାଲ୍ ଗ୍ରେଡ୍ ହେଲ୍‌ଥ ଷ୍ଟେସନ୍ ସ୍ଥାପନ କରାଯାଇଛି, ଯେଉଁଠି ଲୋକଙ୍କ ଚାରି ମିନିଟ୍‌ର ହାର୍ଟ ଟେଷ୍ଟ୍ କରାଯିବ ।

ହୃଦୟ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ବୃଦ୍ଧି କ୍ରିକେଟ୍ ଅଷ୍ଟ୍ରେଲିଆ ଏବଂ ଶେନ୍ ୱାର୍ଣ୍ଣ ଲିଗାସୀ (ଏସ୍‌ଡବ୍ଲ୍ୟୁଏଲ୍‌)ର ଏହି ଉଦ୍ୟମର ଉଦ୍ଦେଶ୍ୟ । ଏହା ସହିତ ବୋର୍ଡ ମେଲ୍‌ବର୍ଣ୍ଣ ଟେଷ୍ଟ୍ ଅବସରରେ ଫ୍ଲପି ହ୍ୟାଟ୍ ପିନ୍ଧି ୱାର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ନିମନ୍ତେ ଫ୍ୟାନ୍‌ମାନଙ୍କୁ ନିବେଦନ କରିଛି । ଗତ ବର୍ଷ ମଧ୍ୟ ଅଷ୍ଟ୍ରେଲିଆ ଓ ସାଉଥ୍ ଆଫ୍ରିକା ଖେଳାଳିମାନେ ରାଷ୍ଟ୍ରଗାନ ଅବସରରେ ଫ୍ଲପି ହ୍ୟାଟ୍ ପିନ୍ଧି ୱାର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking