34.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶପାକିସ୍ତାନ ବିପକ୍ଷ ଅଷ୍ଟ୍ରେଲିଆ ଟିମ୍‌ରେ ଦୁଇ ଉପ-ଅଧିନାୟକ

ପାକିସ୍ତାନ ବିପକ୍ଷ ଅଷ୍ଟ୍ରେଲିଆ ଟିମ୍‌ରେ ଦୁଇ ଉପ-ଅଧିନାୟକ

ପଥ:  ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଗୁରୁବାର ପାକିସ୍ତାନକୁ ଭେଟିବ । ସିରିଜ୍‌ର ପ୍ରଥମ ମ୍ୟାଚ୍ ପର୍ଥରେ ଖେଳାଯିବାକୁ ଥିବାବେଳେ ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱାଧୀନ ଟିମ୍ ଦିନକୁ ପୂର୍ବରୁ ଚୂଡ଼ାନ୍ତ ଏକାଦଶର ଘୋଷଣା କରିଛି । ଏହି ମ୍ୟାଚ୍ ପାଇଁ କଙ୍ଗାରୁ ଟିମ୍‌ରେ ଅନୁଭବୀ ଷ୍ଟିଭ୍ ସ୍ମିଥ୍‌ଙ୍କ ସହିତ ଟ୍ରାଭିସ୍ ହେଡ୍‌ଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି ।  ପାକିସ୍ତାନକୁ ମାତ୍ ଦେବା ନିମନ୍ତେ ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଏକାଦଶରେ ୩ଜଣ ପେସ୍‌ର ଏବଂ ଜଣେ ସ୍ପିନର୍‌ଙ୍କୁ ସାମିଲ କରିଛି । ଦୁଇ ଟିମ୍ ମଧ୍ୟରେ ଏହି ସିରିଜ୍ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ ଅଧୀନରେ ଖେଳାଯିବ ।

ଅନୁଭବୀ ସ୍ପିନର୍ ନାଥନ୍ ଲିଅନ୍‌ଙ୍କର ଚୂଡ଼ାନ୍ତ ଏକାଦଶରେ ପ୍ରତ୍ୟାବର୍ତ୍ତନ ଘଟିଛି । ଲିଅନ୍ ଇଂଲଣ୍ଡ ବିପକ୍ଷ ଆଶେସ୍ ସିରିଜ୍ ଅବସରରେ ଆହତ ହୋଇଥିଲେ । ଲିଅନ୍‌ଙ୍କ ପ୍ରତ୍ୟାବର୍ତ୍ତନ ପରେ ଯୁବ ସ୍ପିନର୍ ଟଡ୍ ମର୍ଫିଙ୍କୁ ବାଦ୍ ଦିଆଯାଇଛି । ଦୁଇ ଟିମ୍ ମଧ୍ୟରେ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଡିସେମ୍ବର ୧୪ରୁ ୧୭ ମଧ୍ୟରେ ଖେଳାଯିବ । ଦ୍ୱିତୀୟ ଟେଷ୍ଟ୍ ବକ୍ସିଂ ଡେ ଦିନ ଖେଳାଯିବ । ଏହି ମ୍ୟାଚ୍ ଡିସେମ୍ବର ୨୬ରୁ ମେଲ୍‌ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍‌ରେ ଆରମ୍ଭ ହେବ । ତୃତୀୟ ତଥା ଅନ୍ତିମ ଟେଷ୍ଟ୍ ଆସନ୍ତାବର୍ଷ ଜାନୁଆରୁ ୩ରୁ ୭ ପର୍ଯ୍ୟନ୍ତ ସିଡ୍‌ନୀ ଗ୍ରାଉଣ୍ଡ୍‌ରେ ଅନୁଷ୍ଠିତ ହେବ । ପାକିସ୍ତାନ ଟିମ୍‌ର ନେତୃତ୍ୱ ଶାନ୍ ମସୁଦ୍‌ଙ୍କ ହାତରେ ଅର୍ପଣ କରାଯାଇଛି ।

ପ୍ରଥମ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଏକାଦଶ: ଡେଭିଡ୍ ୱାର୍ଣ୍ଣର୍‌, ଉସ୍‌ମାନ୍ ଖୱାଜା, ମାର୍ନସ୍ ଲାବୁଶେନ୍‌, ଷ୍ଟିଭ୍ ସ୍ମିଥ୍‌, ଟ୍ରାଭିଡ୍ ହେଡ୍‌, ମିଚେଲ୍ ମାର୍ଶ, ଆଲେକ୍ସ କ୍ୟାରୀ, ମିଚେଲ୍ ଷ୍ଟାର୍କ, ପ୍ୟାଟ୍ କମିନ୍ସ (ଅଧିନାୟକ), ନାଥନ୍ ଲିଅନ୍‌, ଜୋଶ୍ ହେଜଲ୍‌ଉଡ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking