34.1 C
Bhubaneswar
Saturday, May 18, 2024
Homeଓଡିଶାସିଲିଣ୍ଡର ଫାଟି ଯୁବକ ଜୀବନ୍ତ ଦଗ୍ଧ

ସିଲିଣ୍ଡର ଫାଟି ଯୁବକ ଜୀବନ୍ତ ଦଗ୍ଧ

ଢେଙ୍କାନାଳ: ଢେଙ୍କାନାଳ ସହରର କୁଞ୍ଜକାନ୍ତସ୍ଥିତ ଉତ୍ତର ମଧୁବନ ଅଞ୍ଚଳରେ ଆଜି ରୋଷେଇ ବେଳେ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର୍ ଫାଟି ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମଧୁବନ ଅଞ୍ଚଳର ଶମ୍ଭୁପ୍ରସାଦ ରଥ(୫୬) ବୁଧବାର ସନ୍ଧ୍ୟାରେ ଘର ବନ୍ଦ କରି ରୋଷେଇ ଘରେ ଗ୍ୟାସ୍‌ରେ ରୋଷେଇ କରୁଥିଲେ । ହଠାତ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯିବାରୁ ଟାଙ୍କି ଫାଟିଯାଇଥିଲା । ଶବ୍ଦ ଶୁଣି ସାହିବାସିନ୍ଦାମାନେ ପୁଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଅଗ୍ନିଶମ ବିଭାଗ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ୨ଟି ଗ୍ୟାସ୍ ସିଲିଣ୍ଡର୍ ଫାଟିଯାଇଥିବା ବେଳେ ଶ୍ରୀ ରଥ ସଂପୂର୍ଣ୍ଣ ପୋଡ଼ି ଯାଇଥିଲେ । ପୁଲିସ ସଂପୃକ୍ତ ଅଞ୍ଚଳକୁ ବାହାରୁ ସିଲ୍ କରି ଘଟଣାର ଅନୁଧ୍ୟାନ ଆରମ୍ଭ କରିଛି । ଘଟଣାସ୍ଥଳରେ ଏସ୍‌ଡିପିଓ ବିଭୂତି ମହାପାତ୍ର, ଟାଉନ୍ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର, ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ଧଳଙ୍କ ସମେତ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking