29.1 C
Bhubaneswar
Wednesday, May 1, 2024
Homeଓଡିଶାଦିନକରେ ବୁଷ୍ଟର ଡ଼ୋଜ୍ ନେଲେ ୩ହଜାର ୮୯୦

ଦିନକରେ ବୁଷ୍ଟର ଡ଼ୋଜ୍ ନେଲେ ୩ହଜାର ୮୯୦

ଭୁବନେଶ୍ୱର: କରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଶୁକ୍ରବାର ଠାରୁ ବୁଷ୍ଟର ଡୋଜ୍ ଆରମ୍ଭ ହୋଇଛି । ୧୮ରୁ ୫୯ ବର୍ଷ ବୟସ ବର୍ଗର ହିତାଧିକାରୀମାନେ ମାଗଣାରେ ଏହି ପ୍ରିକସନ ଡୋଜ ନେଇ ପାରିବେ । ଏହି ପରିପ୍ରେକ୍ଷୀରେ ବିଏମ୍‌ସି ପକ୍ଷରୁ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ପ୍ରଥମ ଦିନରେ ୩ହଜାର ୮୯୦ଜଣ ହିତାଧିକାରୀ ବୁଷ୍ଟର ଡୋଜ୍ ନେଇଛନ୍ତି । ଏଥିପାଇଁ ବିଏମ୍‌ସି ପକ୍ଷରୁ ଚିହ୍ନଟ ହୋଇଥିବା ୧୨ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ହୋଇଥିଲା । ୟୁନିଟ-୪ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମକୁ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ କୁମାର ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ । ରାଜଧାନୀରେ କରୋନା ସଂକ୍ରମଣ ବଢୁଥିବାରୁ ବିଏମ୍‌ସି ପକ୍ଷରୁ ଅଧିକ ଗୁରୁତ୍ୱାରୋପ କରାଯାଉଛି ।

ରାଜଧାନୀରେ କ୍ୟାମ୍ପେନ ମୋଡ୍‌ରେ ଟୀକାକରଣ କରାଯିବ । ଏଥିସହ ଟେଷ୍ଟିଂକୁ ବୃଦ୍ଧି କରାଯିବ । ଏବେ ଦୈନିକ ୩ହଜାର ଟେଷ୍ଟିଂ କରାଯାଉଥିବାବେଳେ ଏହାକୁ ଦ୍ୱିଗୁଣିତ କରିବାକୁ ଚେଷ୍ଟା କରାଯାଉଥିବା କମିଶନର କହିଛନ୍ତି । ଏଥିସହିତ ଭୁବନେଶ୍ୱରରେ କୋଭିଡ ନିୟନ୍ତ୍ରଣ ଲାଗି ସଚେତନତା ଓ ଏନଫୋର୍ସମେ କୁ ଗୁରୁତ୍ୱ ଦିଅ ।ଯାଉଛି । ୱାର୍ଡ ସ୍ତରରେ କର୍ପୋରେଟର, ୱାର୍ଡ ଅଫିସର ଏବଂ ନାଗରିକଙ୍କୁ ନେଇ ସ୍ୱତନ୍ତ୍ର କମିଟି ଗଠନ କରି ସ୍ୱତନ୍ତ୍ର ରଣନୀତି ଆପଣା ଯାଉଛି । ସେହିପରି ଗହଳି ହେଉଥିବା ସ୍ଥାନ, ହାଟ, ବଜାର, ମଲ ଆଦିରେ ଗହଳି ନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି । ବିନା ମାସ୍କରେ କାହାକୁ ପ୍ରବେଶ କରିବା ପାଇଁ ନ ଦେବାକୁ ସବୁ ମଲ, ବ୍ୟବସାୟୀଙ୍କୁ କୁହାଯାଇଛି । ଏହାକୁ ଅ ।ହୁରି କଡ଼ାକଡ଼ି ଭାବେ ମନିଟରିଂ କରାଯିବ । କରୋନା ପଜିଟିଭ୍ ଚିହ୍ନଟ ହେଲେ ପ୍ରଥମେ ଗୃହ ସଂଗରୋଧ ଓ ଆବଶ୍ୟକ ପଡ଼ିଲେ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯିବ । ସମସ୍ତେ ମିଳିମିଶି କୋଭିଡ ସଂକ୍ରମଣକୁ କମାଇପାରିବା ବୋଲି କମିଶନର କହିଛନ୍ତି । ୭୫ ଦିନ ଧରି ଏହି ବୁଷ୍ଟର ଡୋଜ୍ ପ୍ରଦାନ କରାଯିବ । ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକାକରଣ କରାଯିବ ବୋଲି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking