38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଏଫ୍‌ବିଆଇ ଅଫିସ୍‌ରେ ପଶିବା ଉଦ୍ୟମ କରି ଆକ୍ରମଣକାରୀ ନିହତ

ଏଫ୍‌ବିଆଇ ଅଫିସ୍‌ରେ ପଶିବା ଉଦ୍ୟମ କରି ଆକ୍ରମଣକାରୀ ନିହତ

ସିନ୍‌ସିନାଟି : ଆମେରିକା ଓହିଓ ରାଜ୍ୟର ସିନ୍‌ସିନାଟି ସହରରେ ଗୁରୁବାର ରାତିରେ ଫେଡେରାଲ୍ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ୍ (ଏଫ୍‌ବିଆଇ) ଅଫିସ୍‌ରେ ପଶିବାକୁ ଉଦ୍ୟମ କରୁଥିବା ଜଣେ ସଶସ୍ତ୍ର ଆକ୍ରମଣକାରୀ ପୁଲିସ ଗୁଳିରେ ନିହତ ହୋଇଛି । ତେବେ ସୁରକ୍ଷା ଦୃଷ୍ଟିରୁ ଏଫ୍‌ବିଆଇ ସମ୍ପୃକ୍ତ ଆକ୍ରମଣକାରୀର ପରିଚୟ ଦେବାକୁ ମନା କରିଦେଇଛି ।

ଆକ୍ରମଣକାରୀ ବୁଲେଟ୍‌ପ୍ରୁଫ୍ ଜ୍ୟାକେଟ୍ ପିନ୍ଧିଥିବାରୁ ଏଜେନ୍ସି ଏହାକୁ ଗମ୍ଭୀରତାର ସହିତ ନେଇଛି ବୋଲି ଏକ ପ୍ରେସ୍ କନ୍‌ଫରେନ୍ସରେ କହିଛି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ କିଛିଦିନ ପୂର୍ବେ ଏହି ଆକ୍ରମଣକାରୀ ସୋସିଆଲ୍ ମିଡିଆ ପୋଷ୍ଟ୍ ମାଧ୍ୟମରେ ଏଫ୍‌ବିଆଇକୁ ଟାର୍ଗେଟ୍ କରିବାକୁ ଧମକ ଦେଇଥିଲା । ଏହାପରେ ତା’ ଉପରେ ନଜର ରଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking