33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟ ଗଲା ଆପ୍‌

ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟ ଗଲା ଆପ୍‌

ନୂଆଦିଲ୍ଲୀ: ପ୍ରାୟ ୨ ଘଣ୍ଟାର ଜେରା ପରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି । ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ତାଙ୍କୁ ଇଡି ବାନ୍ଧିଛି । ଗିରଫ ପରେ ତାଙ୍କୁ ଇଡି ମୁଖ୍ୟାଳୟ ନିଆଯାଇଛି । ତେବେ ଗିରଫଦାରୀ ବିରୋଧରେ ଆପ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଏଥିସହ ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଛି । ସେହିପରି ଗିରଫଦାରୀ ସତ୍ତ୍ୱେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ । ସେ ଜେଲରୁ ରହି ସରକାର ଚଳାଇବେ ବୋଲି ଆପ୍ ପକ୍ଷରୁ କୁହାଯାଇଛି ।

ଆପ୍‌ର ବରିଷ୍ଠ ନେତା ତଥା ମନ୍ତ୍ରୀ ଆତିଶୀ କହିଛନ୍ତି, “ଇଡି କେଜ୍ରିୱାଲଙ୍କୁ ଗିରଫ କରିଛି ବୋଲି ଆମେ ଖବର ପାଇଛି । ଆମେ ସବୁ ବେଳେ କହିଛୁ ଯେ ଅରବିନ୍ଦ କେଜ୍ରିୱାଲ ଜେଲରୁ ସରକାର ଚଳାଇବେ । ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିବେ । ସେ ନିଜ ପଦରୁ ଆଦୌ ଇସ୍ତଫା ଦେବେ ନାହିଁ । ଆମେ ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଛୁ । ଆମ ଓକିଲମାନେ ସୁପ୍ରିମକୋର୍ଟରେ ପହଞ୍ଚି ଆଜି ରାତିରେ ଜରୁରୀ ଶୁଣାଣି ପାଇଁ ଆବେଦନ କରିଛନ୍ତି । ଆମର ଆଶା ସୁପ୍ରିମକୋର୍ଟ ଶୁଣାଣି କରିବେ ।”

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking