42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଅନ୍ତରଙ୍ଗ ସମୟରେ ଝରକା ଖୋଲା ରଖୁଥିଲେ ଦମ୍ପତି; ଏନେଇ ଅଭିଯୋଗ ଆଣିଲେ ପଡ଼ୋଶୀ

ଅନ୍ତରଙ୍ଗ ସମୟରେ ଝରକା ଖୋଲା ରଖୁଥିଲେ ଦମ୍ପତି; ଏନେଇ ଅଭିଯୋଗ ଆଣିଲେ ପଡ଼ୋଶୀ

ବେଙ୍ଗାଲୁରୁ : ଅନ୍ତରଙ୍ଗ ସମୟରେ ଝରକା ଖୋଲା ରଖୁଥିଲେ ଦମ୍ପତି । ଏନେଇ ଅଭିଯୋଗ ଆଣିଲେ ପଡ଼ୋଶୀ । ବେଙ୍ଗାଲୁରୁର ଜଣେ ମହିଳା ଏପରି ଅଭିଯୋଗ ଆଣିଛନ୍ତି । ତାଙ୍କର କହିବା ଅନୁସାରେ ପଡ଼ୋଶୀ ଦୁଇଜଣ ସେମାନଙ୍କର ଅନ୍ତରଙ୍ଗ ସମୟରେ ଜାଣିଶୁଣି ଝରକା ଖୋଲା ରଖୁଥିଲେ । ଫଳରେ ସେମାନଙ୍କର ବ୍ୟକ୍ତିଗତ ବାର୍ତ୍ତାଳାପ ମହିଳାଙ୍କ ଶାନ୍ତି ଭଙ୍ଗ କରୁଥିଲା । ଏହାକୁ ନେଇ ସଂପୃକ୍ତ ମହିଳା ନିକଟସ୍ଥ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଏହି ଦମ୍ପତି ବ୍ୟକ୍ତିଗତ ମୁହୂର୍ତ୍ତରେ ଜାଣିଶୁଣି ସେମାନଙ୍କ ଝରକା ଖୋଲା ରଖୁଥିଲେ । ଝରକା ବନ୍ଦ କରିବାକୁ ବାରମ୍ବାର କହିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ । କଥାକୁ ଏଡ଼ାଇ ଯାଇଥିଲେ ।

ଅଭିଯୋଗରେ ଦର୍ଶାଯାଇଛି ଯେ ପଡ଼ୋଶୀ ତାଙ୍କୁ ବଳାତ୍କାର ଓ ହତ୍ୟା କରିବାର ଧମକ ମଧ୍ୟ ଦେଇଥିଲେ । ଏହା ସହ ଅଭିଯୋଗକାରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ । ଆଭାଲହଲ୍ଲୀ ବିଡିଏ ଲେ’ଆଉଟରେ ରହୁଥିବା ମହିଳା ଜଣକ କହିଛନ୍ତି ଯେ, ଉକ୍ତ ଦମ୍ପତିଙ୍କୁ ଘର ମାଲିକ ମଧ୍ୟ ସମର୍ଥନ କରୁଥିଲେ ଏବଂ ସେମାନଙ୍କ ସହ ମିଶି ତାଙ୍କୁ ଧମକ ଦେଇଛନ୍ତି । ପଡୋଶୀଙ୍କ ଯୋଗୁଁ ତାଙ୍କ ଘରେ ଶାନ୍ତି ଭଙ୍ଗ ହୋଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ଏହା ସହ ଏହି ଘଟଣାର ସମାଧାନ ପାଇଁ ପୋଲିସକୁ ଅନୁରୋଧ କରିଛନ୍ତି । ଏନେଇ ପୋଲିସ ପଡୋଶୀ, ଘର ମାଲିକ ଏବଂ ଘର ମାଲିକର ପୁଅଙ୍କ ବିରୋଧରେ ଅଭିଯୋଗ ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking