33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଡେଲିଭରି ବୟ ମହିଳାଙ୍କ ସହ ଯାହା କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ଡେଲିଭରି ବୟ ମହିଳାଙ୍କ ସହ ଯାହା କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ବ୍ୟୁରୋ: ଡେଲିଭରି ବୟ ସଫ୍ଟୱେର ଇଞ୍ଜିନିୟରଙ୍କ ଘରକୁ ଖାଦ୍ୟ ଦେବାକୁ ଯାଇ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଗତ ୧୭ତାରିଖରେ ବେଙ୍ଗାଲୁରୁର ଜଣେ ମହିଳା ସଫ୍ଟୱେର ଇଞ୍ଜିନିୟର ନିକଟରେ ଥିବା ରେଷ୍ଟୁରାଣ୍ଟରୁ ଏକ ଦୋସା ଅର୍ଡର କରିଥିଲେ । ସନ୍ଧ୍ୟା ପ୍ରାୟ ୬ଟା ୪୫ରେ ଜଣେ ଡେଲିଭରି ବୟ ପାର୍ସଲ ଦେବାପାଇଁ ଆସିଥିଲେ । ସୌଜନ୍ୟତା ଦୃଷ୍ଟିରୁ ତାଙ୍କୁ ପାଣି ପିଇବେ କି ବୋଲି ପଚାରି ଗୋଟେ ଗ୍ଲାସ୍ ପାଣି ଆଣି ଦେଇଥିଲେ । ଡେଲିଭରି ବୟ ପାଣି ପିଇବା ପରେ ସେଠାରୁ ଚାଲିଯାଇଥିଲେ ।

ତେବେ କିଛି ସେକେଣ୍ଡ ପରେ ଆସି ତାଙ୍କ କବାଟ ପୁଣି ବାଡେଇଲେ । ମହିଳା କବାଟ ଖୋଲିବା ପରେ, ସେ ୱାସରୁମ୍ ବ୍ୟବହାର କରିବାକୁ ଚାହୁଁଥିବା କହିଲେ । ମହିଳା ତାଙ୍କୁ ଘର ଭିତରେ ଥିବା ୱାସରୁମ ଦେଖାଇଦେଲେ । ସେ ବାହାରକୁ ଆସିବା ପରେ ତାଙ୍କୁ ଯିବାକୁ କହିବାରୁ ସେ ଆଉ ଏକ ଗ୍ଲାସ ପାଣି ମାଗିଲେ । କବାଟ ପାଖରେ ଅପେକ୍ଷା କରିବାକୁ କହିବା ପରେ ମଧ୍ୟ ଡେଲିଭରି ବୟ ନଶୁଣି ତାଙ୍କ ପଛେ ପଛେ ରୋଷେଇ ଘରକୁ ଯାଇଥିଲେ । ସେଠାରେ ହାତ ଧରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ମହିଳାଜଣଙ୍କ ତାଙ୍କୁ ପାଟି କରିବା ସହ କଡେଇ ନେଇ ତାଙ୍କ ପିଠିରେ ଆଘାତ କରିଥିଲେ ।ଏହାପରେ ଡେଲିଭରି ବୟ ଘରୁ ଦୌଡ଼ି ପଳାଇଥିଲେ । ମହିଳାଜଣଙ୍କ ତାଙ୍କ ପଛରେ ଲିଫ୍ଟ ପର୍ଯ୍ୟନ୍ତ ଦୌଡି ଯିବାବେଳକୁ ସେ ସେଠାରୁ ଚମ୍ପଟ ମାରିଥିଲେ । ଡେଲିଭରି ବୟର ଆନୁମାନିକ ବୟସ ୨୦ବର୍ଷ ହେବ । ସେ ଏକ ମାସ୍କ ପିନ୍ଧିଥିଲା । ସେ ହିନ୍ଦୀ ଓ ଇଂରାଜୀ ଭାଷାରେ କଥା ହେଉଥିବା ମହିଳା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ଫ୍ଲାଟକୁ ଡେଲିଭରି ବୟଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ବିଲ୍ଡିଂରେ ଥିବା ସିସିଟିଭି କ୍ୟାମେରା ଯାଞ୍ଚ କରାଯାଇଛି । ଆକାଶ ନାମକ ଜଣେ ଡେଲିଭରି ବାଳକକୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking