35.1 C
Bhubaneswar
Friday, May 10, 2024
Homeଓଡିଶା୧୫ରେ ଆଣ୍ଡାମାନ-ନିକୋବର ଛୁଇଁବ ମୌସୁମୀ : ୫ ଦିନ ପୂର୍ବରୁ ସକ୍ରିୟ ହେବା ପାଇଁ ପାଗ...

୧୫ରେ ଆଣ୍ଡାମାନ-ନିକୋବର ଛୁଇଁବ ମୌସୁମୀ : ୫ ଦିନ ପୂର୍ବରୁ ସକ୍ରିୟ ହେବା ପାଇଁ ପାଗ ଅନୁକୂଳ

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର । ଦେଶରେ ଏଥର ସଅଳ ଆସିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ସକ୍ରିୟ ହେବ ମୌସୁମୀ । ଆସନ୍ତା ରବିବାର ଅର୍ଥାତ୍ ମେ’ ୧୫ ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଣ୍ଡାମାନ୍ ସାଗର ସହ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅଗ୍ରସର ହେବ । ପୂର୍ବରୁ ମେ ୨୦ ବେଳକୁ ସକ୍ରିୟ ହେଉଥିଲା ମୌସୁମୀ । ଏ ବର୍ଷ ୫ ଦିନ ପୂର୍ବରୁ ମୌସୁମୀ ବାୟୁ ସକ୍ରିୟ ହେବା ପାଇଁ ପାଗ ଅନୁକୂଳ ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ପାଣିପାଗ ବିଭାଗ କହିବା ଅନୁସାରେ, ମୌସୁମୀ ଛୁଇଁବାର ପରବର୍ତ୍ତୀ ୫ ଦିନ ଆଣ୍ଡାମାନ ଓ ନିକୋବରରେ ପ୍ରବଳ ବର୍ଷା ଲାଗି ରହିବ । ସ୍ୱାଭାବିକ ଭାବେ ମୌସୁମୀ ପ୍ରତିବର୍ଷ ମେ’ ୨୦ରେ ଆଣ୍ଡାମାନ ଛୁଇଁଥାଏ ।

ଆଣ୍ଡାମାନ ଛୁଇଁବାର ୧୫ ଦିନ ପରେ ଅର୍ଥାତ ଜୁନ ୧ରେ ମୌସୁମୀ କେରଳ ଛୁଇଁଥାଏ । ଏଥର ବି ଜୁନ ୧ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି । ମୌସୁମୀ କେରଳ ଛୁଇଁବାର ୧୦ରୁ ୧୨ ଦିନ ମଧ୍ୟରେ ଓଡ଼ିଶାରେ ପହଞ୍ଚିଥାଏ । ତେବେ ମୌସୁମୀ ୫ଦିନ ପୂର୍ବରୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ଠିକ ସମୟରେ ମୌସୁମୀ ଆସିବା ଦେଶ ପାଇଁ ଏକ ସୁସମ୍ବାଦ ବୋଲି କୁହାଯାଉଛି । କାରଣ ଦେଶର କୃଷି ଉତ୍ପାଦନ ଓ ସାମଗ୍ରିକ ଭାବେ ଅର୍ଥନୀତି ଉପରେ ମୌସୁମୀ ବାୟୁର ସବୁଠାରୁ ଅଧିକ ପ୍ରଭାବ ରହିଛି । ଦେଶର ଅଧିକାଂଶ କୃଷି ଅଞ୍ଚଳ ମୌସୁମୀ ଉପରେ ନିର୍ଭରଶୀଳ ହୋଇଥିବାରୁ ଠିକ ସମୟରେ ମୌସୁମୀ ଆସିଲେ ତାହା ଦେଶର କୃଷି ଉତ୍ପାଦନରେ ସହାୟକ ହେବ । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ରହିବ ।

ହାରାହାରି ଦୀର୍ଘ ମିଆଦୀ (ଏଲ୍‌ପିଏ) ଅନୁଯାୟୀ ସ୍ୱାଭାବିକ ବର୍ଷା ୯୮% ରହିବାର ସମ୍ଭାବନା ରହିଛି । ତେବେ ଏହାର ୫% ଉପରତଳ ହୋଇପାରେ ବୋଲି ଭରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏଲ୍‌ପିଏ ଅନୁଯାୟୀ ଜୁନ୍‌ରୁ ସେପ୍ଟେମ୍ବର ୪ ମାସ ମଧ୍ୟରେ ମୌସୁମୀ ଜନିତ ବର୍ଷା ପାଖାପାଖି ୮୮୧ ମିଲିମିଟର ହୋଇପାରେ । ଦେଶରେ ଯଦି ୯୬ରୁ ୧୦୪ % ବର୍ଷା ହୁଏ ତାହେଲେ ସ୍ୱାଭାବିକ ମୌସୁମୀ କୁହାଯିବ । ତେବେ ପଞ୍ଜାବ, ହାରିଆଣା, ଉତ୍ତରପ୍ରଦେଶ ଏବଂ ଉତ୍ତର ଭାରତ ସମେତ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ । ଜୁନ ମାସରେ ୧୦୭ % ବର୍ଷା ହେବାକୁ ଥିବାବେଳେ ଜୁଲାଇରେ ଏହା ଶତପ୍ରତିଶତ ବର୍ଷା ଲାଗି ଆକଳନ କରାଯାଇଛି ।

ସେହିଭଳି ଅଗଷ୍ଟରେ ସାରା ଭାରତରେ ୯୫% ବର୍ଷା ଏବଂ ସେପ୍ଟେମ୍ବର ୯୦% ବର୍ଷା ହେବାର ଆକଳନ କରାଯାଉଛି । ଅପରପକ୍ଷେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ କହିଛନ୍ତି ଯେ, ବାତ୍ୟା ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ସୁଦୃଶ ଲଘୁଚାପରେ ପରିଣତ ହୋଇଛି । ଫଳରେ ଓଡିଶା ଉପରେ ଏହାର କୌଣସି ପ୍ରଭାବ ଆଉ ରହିବ ନାହିଁ । ତେବେ ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନ ଯିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ଦେଖିବାକୁ ମିଳିବ। ହେଲେ ବିଶେଷ ବର୍ଷା ହେବ ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇ । ଆଭ୍ୟନ୍ତରୀଣ ଓଡ଼ିଶାରେ ୪୨ ଡିଗ୍ରୀ ବା ଅଧିକ ରହିବା ସମ୍ଭାବନା ରହିଛି । ୧୫ ଓ ୧୬ ତାରିଖରେ କିଛି ଜିଲ୍ଲାରେ କାଳବୈଶାଖୀ ସକ୍ରିୟ ରହିବା ନେଇ ଶ୍ରୀ ବିଶ୍ୱାସ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking