34.1 C
Bhubaneswar
Saturday, April 27, 2024
Homeଅପରାଧବଳତ୍କାର ଓ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବଳତ୍କାର ଓ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଖୋର୍ଦ୍ଧା : ଗତ ୨୦୧୪ ମସିହାରେ ନିରାକାରପୁର ଥାନା ଅଂଚଳରେ ବଳତ୍କାର ଓ ହତ୍ୟା ମାମଲାର ବିଚାର କରି ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍ ସମର ବିଳାସ ବେହେରା ଅଭିଯୁକ୍ତି ସନ୍ତୋଷ କୁମାର ପଲେଇଙ୍କୁ ଗୁରୁବାର ଦିନ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।
ପ୍ରକାଶଥାଉକି, ଗତ ୨୦୧୪ ମସିହାରେ ନିରାକାରପୁର ଥାନା ଅଂଚଳରେ ଅଭିଯୁକ୍ତ ସନ୍ତୋଷ ସେହି ଅଂଚଳର ଜଣେ ମହିଳାଙ୍କୁ ଘରୋଇ ବ୍ୟାଙ୍କରୁ ଋଣ କରାଇ ଦେବା ବାହାନାରେ ଡାକି ନେଇ ଏକ କାଜୁ ଜଙ୍ଗଲ ଭିତରେ ଅପହରଣ କରି ବଳତ୍କାର ଓ ପରେ ତାଙ୍କୁ ହତ୍ୟା କରି ଫିଙ୍ଗିଦେଇଥିଲେ ।

ଗାଇଆଳଙ୍କଠାରୁ ଖବର ପାଇ ଗଳିତ ମୃତ ଦେହକୁ ପୁଲିସ ଉଦ୍ଧାର କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ମାତ୍ର ପରେ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ କ୍ରମେ ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ସନ୍ତୋଷକୁ ପୁଲିସ ଗିରଫ କରିଥିଲା । ଏହି ମାମଲାର ଶୁଣାଣୀ ଆଜି ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ହୋଇଛି । ସାକ୍ଷ୍ୟ ପ୍ରମାଣକୁ ଭିତି କରି କୋର୍ଟ ଅଭିଯୁକ୍ତି ସନ୍ତୋଷ କୁମାର ପଲେଇଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ରଜନୀ ପଟ୍ଟନାୟକ ମାମଲାକୁ ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking