26.1 C
Bhubaneswar
Friday, March 29, 2024
Homeକରୋନାବିମାନଯାତ୍ରୀଙ୍କୁ ବୁଷ୍ଟର ଡୋଜ୍ ଅବଧି ରିହାତି

ବିମାନଯାତ୍ରୀଙ୍କୁ ବୁଷ୍ଟର ଡୋଜ୍ ଅବଧି ରିହାତି

ନଆଦିଲ୍ଲୀ : ବିଦେଶ ଯାତ୍ରା କରୁଥିବା ଭାରତୀୟଙ୍କ ପାଇଁ ବୁଷ୍ଟର ଡୋଜ୍ ସମୟ ବ୍ୟବଧାନରେ ରିହାତି ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ଚଳିତବର୍ଷ ଜାନୁଆରୀ ୧୦ରୁ ବୁଷ୍ଟର ଡୋଜ୍ ଦିଆଯାଉଛି । ତେବେ ଦ୍ୱିତୀୟ ଡୋଜ୍ ନେବାର ୯ ମାସ ବ୍ୟବଧାନ ପରେ ସଂପୃକ୍ତ ବ୍ୟକ୍ତି ବୁଷ୍ଟର ଡୋଜ୍ ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି ।

ବର୍ତ୍ତମାନ ବିଦେଶ ଯାଉଥିବା ଭାରତୀୟମାନେ ସଂପୃକ୍ତ ଦେଶର ଗାଇଡ୍‌ଲାଇନ୍ ମୁତାବକ ବୁଷ୍ଟର ଡୋଜ୍ ନେଇପାରିବେ ବୋଲି ସରକାର ଘୋଷଣା କରିଛନ୍ତି । ଅର୍ଥାତ୍ ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପୂରିନଥିବା ସତ୍ତ୍ୱେ ବିଦେଶ ଯାତ୍ରା କରୁଥିବା ଭାରତୀୟ ବୁଷ୍ଟର ଡୋଜ୍ ନେଇପାରିବେ ବୋଲି କୁହାଯାଇଛି । ଏ ସମ୍ପର୍କିତ ବିସ୍ତୃତ ତଥ୍ୟ କୋ-ୱିନ୍ ଆପ୍‌ରେ ଉପଲବ୍ଧ ହେଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡ୍‌ଭିୟା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking